ଓଡିଶା ଉପନିର୍ବାଚନ ରାୟ : ତିର୍ତ୍ତୋଲରେ କିଏ ଜିତିବ ବିଶ୍ୱାସ ? ବାଲେଶ୍ୱରରେ କିଏ ମାରିବ ବାଜି ?
Odisha's Balasore Sadar and Tirtol Assembly By-Election Results 2020 Live Update
ଭୁବନେଶ୍ୱର : ଆରମ୍ଭ ହୋଇଛି ଓଡିଶାର ଦୁଇ ଉପନିର୍ବାଚର ଭୋଟ ଗଣତି । ବାଲେଶ୍ୱର ଓ ତିର୍ତ୍ତୋଲ ଜନତାଙ୍କ କାହା ଉପରେ ବିଶ୍ୱାସ କରିବେ ତାକୁ ନେଇ ସମସ୍ତଙ୍କ ନଜର । ବାପାର ପୁଅ ନେତା ହେବ ନା ଲୋକେ ଅନ୍ୟକୁ ବାଛିବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିବ ନା ବିଜେପିର ରଣନୀତି ସମସ୍ତଙ୍କୁ ଚକିତ କରିବ ତାର ଉତ୍ତର ଆଜି ଆସିବ । ମୁଖ୍ୟନିର୍ବାଚନ ଅଧିକାରୀଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ପୋଷ୍ଟାଲ ଭୋଟର ଗଣତି ହେବ ।

ଏହାପରେ ଇଭିଏମ ଭୋଟ୍ ଗଣତି କରାଯିବ । ଉଭୟ ନିର୍ବାଚନ ମଣ୍ଡଳୀରେ 110 ଜଣ କାଉଁଟିଂ କର୍ମଚାରୀ ଓ 57 ଜଣ ମାଇକ୍ରୋ ଅବଜରଭର ରହିବେ । ତିର୍ତ୍ତୋଲରେ 373ଟି ବୁଥ ଏବଂ ବାଲେଶ୍ୱରରେ 346ଟି ବୁଥରେ ମତଦାନ୍ ହେବ ।












Click it and Unblock the Notifications