Get Updates
Get notified of breaking news, exclusive insights, and must-see stories!

ଏହି ଦେଶରେ ଛୁଆ ଜନ୍ମ କରିବା ମନା ! କାରଣ ଜାଣିଲେ ଆପଣ ହେବେ ଆଶ୍ଟର୍ଯ୍ୟ

Zero Born Country: କିଛି ଦିନ ପୂର୍ବେ ଭାରତ ନିଜକୁ ସବୁଠାରୁ ଜନବହୁଳ ଦେଶର ଆଖ୍ୟା ଦେଇଥିଲା । ଆଜିର ସମୟରେ ଦୁନିଆର ସବୁଠାରୁ ବଡ ଜନସଂଖ୍ୟା ଆମ ଦେଶରେ ବାସ କରନ୍ତି । ହେଲେ ଏପରି ଏକ ଦେଶ ଅଛି ଯେଉଁଠାରେ ଜନସଂଖ୍ୟା କମ୍ ଏବଂ ସେଠାରେ ଆଉ କୌଣସି ଶିଶୁର ଜନ୍ମ ହେଉ ନାହାଁନ୍ତି । ଏହି ଦେଶରେ କାହାକୁ ସନ୍ତାନ ପ୍ରାପ୍ତ କରିବାକୁ ଅନୁମତି ନାହିଁ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଭାଟିକାନ୍ ସିଟିରେ ବିନା ଅନୁମତିରେ କେହି ସନ୍ତାନ ପ୍ରସବ କରିପାରିବେ ନାହିଁ ।

baby

ସୂଚନାଯୋଗ୍ୟ ଯେ, ଭାଟିକାନ୍ ସିଟି ହେଉଛି ଦୁନିଆର ସବୁଠାରୁ ଛୋଟ ଦେଶ । ଏଠାରେ ଏଧିକାଶଂ ରୋମାନ କ୍ୟାଥୋଲିକ ଚର୍ଚ୍ଚର ଲୋକମାନେ ବସବାସ କରନ୍ତି । ଏହା ଛୋଟ, ହେଲେ ଦୁନିଆର ସବୁଠାରୁ ଚମତ୍କାର ସ୍ଥାନ ।

କୌତୁହଳର ବିଷୟ ହେଉଛି ଯେ କୌଣସି ବ୍ୟକ୍ତି ଭାଟିକାନ୍ ସିଟିକୁ ନିଜ ଜନ୍ମସ୍ଥାନ ବୋଲି କହିପାରିବେ ନାହିଁ । କାରଣ କେହି ଏହି ଦେଶର ବାସିନ୍ଦା ମଧ୍ୟ ନୁହଁନ୍ତି ! ଏହା ପଛରେ ଏକ ଅଦ୍ଭୁତ କାରଣ ରହିଛି । ବାସ୍ତବରେ, ଭାଟିକାନ୍ ସିଟିରେ କେହି ଜନ୍ମ ହୁଅନ୍ତି ନାହିଁ, କାରଣ ଏଠାରେ ପ୍ରସବ ପାଇଁ କୌଣସି ଡାକ୍ତରଖାନା କିମ୍ବା ସୁବିଧା ନାହିଁ । ସମସ୍ତ ନାଗରିକ ଏଠିକି ଅନ୍ୟ ଦେଶରୁ ଆସି ବସବାସ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ରହ୍ମଚାରୀ ଅଟନ୍ତି । କହିବା ପାଇଁ ଗଲେ ଏହି ଦେଶରେ କେବଳ ସାଧୁ ସନ୍ଥ ମାନେ ବସବାସ କରନ୍ତି । ଏମାନେ ଏପରି ଧର୍ମ ଗ୍ରହଣ କରିଛନ୍ତି ଯେଉଁଥି ପାଇଁ ସେମାନଙ୍କୁ ବିବାହ କିମ୍ବା ସନ୍ତାନ ପ୍ରାପ୍ତ କରିବାକୁ ଅନୁମତି ଦିଆଯାଇ ନାହିଁ ।

ଏହା ଛୋଟ ଦେଶର ଆଖ୍ୟା ପାଇଛି

ଭାଟିକାନ୍ ସିଟି ଦୁନିଆର ସବୁଠାରୁ ଛୋଟ ଦେଶ ଭାବରେ ଜଣାସୁଣା । ଏହାର ମୋଟ କ୍ଷେତ୍ର ମାତ୍ର 49 ହେକ୍ଟର ଏବଂ ଜନସଂଖ୍ୟା ଏକ ହଜାରରୁ ମଧ୍ୟ କମ୍ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୱାର୍ଲ୍ଡ ମିଟର ଅନୁଯାୟୀ ବିଶ୍ୱର ସବୁଠାରୁ ବଡ ଦେଶ ହେଉଛି ଋଷ। ଏହି ଦେଶର ମୋଟ କ୍ଷେତ୍ର 6.6 ନିୟୁତ ବର୍ଗ ମାଇଲ କିମ୍ବା 17 ନିୟୁତ ବର୍ଗ କିଲୋମିଟରରୁ ଅଧିକ | ଋଷ ହେଉଛି ୟୁରୋପ ଏବଂ ଏସିଆ ସ୍ଥିତ ଏକ ଟ୍ରାନ୍ସକଣ୍ଟିନେଣ୍ଟାଲ୍ ଦେଶ । ଜନସଂଖ୍ୟା ଦୃଷ୍ଟିରୁ ଭାରତ ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+