2043ସୁଦ୍ଧା ଏହି ଦେଶରେ ମୁସଲମାନ ଶାସନ !

Baba Vanga: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଭବିଷ୍ୟତକୁ ନେଇ ଅନେକ ଭବିଷ୍ୟବାଣୀ କରନ୍ତି । ହେଲେ କିଛି ସତ ହୋଇଥାଏ ତ କିଛି ମିଥ୍ୟା ପ୍ରମାଣିତ ହୋଇଥାଏ । ତେବେ ପରି କମ୍ ଲୋକ ଅଛନ୍ତି ଯାହାଙ୍କର ଭବିଷ୍ୟବାଣୀ ଅନ୍ୟମାନଙ୍କ ତୁଳନାରେ ଅଧିକ ସଠିକ୍ ହୋଇଥାଏ । ଏପରି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଲେ ଭବିଷ୍ୟକର୍ତ୍ତା ବୁଲଗେରିଆର ବାବା ଭେଙ୍ଗାଙ୍କ । ଆଜି ତାରିଖରେ ସେ ସମସ୍ତଙ୍କ ପାଖରେ ପରିଚିତ ।

ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ଅଧିକାଂଶ ସମୟରେ ସତ ହୋଇଥାଏ। ତେବେ ତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ଭବିଷ୍ୟବାଣୀ ଲୋକଙ୍କ ମଧ୍ୟରେ ଚହଳ ସୃଷ୍ଟି କରୁଛି । ବାବା ଭେଙ୍ଗାଙ୍କ ଦ୍ୱିତୀୟ ବିଶ୍ୱଯୁଦ୍ଧ, ଚେକୋସ୍ଲୋଭାୱିୟା, ୟୁଗୋସ୍ଲାବିୟା ର ବିଘଟନ, ଚେରନୋବିଲ୍ ପରମାଣୁ ଦୁର୍ଘଟଣା, ଷ୍ଟାଲିନଙ୍କ ମୃତ୍ୟୁ ତାରିଖ ଇତ୍ୟାଦି ଅନେକ ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା। ଏଭଳି ପରିସ୍ଥିତିରେ, ଲୋକମାନେ ନୂଆ ବର୍ଷ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିବାକୁ ଚାହୁଁଛନ୍ତି ।

Baba Vanga

2025 ପାଇଁ ବାବା ଭେଙ୍ଗାଙ୍କ ତାଙ୍କ ଭବିଷ୍ୟବାଣୀରେ କହିଥିଲେ ଯେ,2025 ବର୍ଷ ଆରମ୍ଭରେ ବିନାଶ ଆରମ୍ଭ ହୋଇପାରେ। ତେବେ ବାବାଙ୍କର ଏପରି ଭବିଷ୍ୟବାଣୀକୁ ନେଇ ବର୍ତ୍ତମାନ ସାଧାରଣ ଲୋକ ଚିନ୍ତିତ । ବାବା ୟୁରୋପରେ ଏକ ପ୍ରମୁଖ ବିବାଦର ପୂର୍ବାନୁମାନ କରିଥିଲେ, ଯାହା 2025 ସୁଦ୍ଧା ମାଳଦ୍ୱୀପର ଏକ ବୃହତ ଜନସଂଖ୍ୟାକୁ ଧ୍ୱଂସ କରିବ। ଏଥି ସହିତ, ବାବା ଭବିଷ୍ୟବାଣୀ କରିଥିଲେ ଯେ2043 ସୁଦ୍ଧା ୟୁରୋପ ମୁସଲମାନ ଶାସନ ଅଧୀନରେ ରହିବ ଏବଂ 2076 ସୁଦ୍ଧା ସମଗ୍ର ବିଶ୍ୱରେ କମ୍ୟୁନିଷ୍ଟ ଶାସନର ଆଗମନ ହେବାର ସମ୍ଭାବନା ରହିଛି ।

ସୂଚନାଥାଉ ଯେ, ବାବା ଭେଙ୍ଗା ବୁଲେଗରିଆର ନିବାସୀ ଏବଂ ସେ ଜଣେ ଗରୀବ ମହିଳା ଥିଲେ। କୁହାଯାଏ ସେ ଭିକ୍ଷା ବୃତ୍ତି କରି ନିଜ ପେଟ ପୋଷୁଥିଲେ । ମାତ୍ରା ୧୨ ବର୍ଷ ବୟସରେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ। ତାଙ୍କ ଜନ୍ମ ୧୯୧୧ ମସିହା ଅକ୍ଟୋବର ୩ ତାରିଖରେ ହୋଇଥିଲା। ସେ ବୁଲଗେରିଆ ଅଞ୍ଚଳର କୋଝୁହ ପାହାଡ଼ର ରୁପାଇଟ ଅଞ୍ଚଳରେ ନିଜର ଜୀବନ ଅତିବାହିତ କରିଆସୁଥିଲେ। ତେବେ ୧୯୯୬ ମସିହା ଅଗଷ୍ଟ ମାସ ୧୧ ତାରିଖରେ ଦେହ ତ୍ୟାଗ କରିଥିଲେ। ତେବେ ସେ ୫୦୭୯ ବର୍ଷ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରି ଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+