ସବଧାନ ! ଆସୁଛି ବାତ୍ୟା 'ମୋକା', ରୁହନ୍ତୁ ସାବଧାନ, କରନ୍ତୁ ନାହିଁ ଏହି କାର୍ଯ୍ୟ
Cyclone Mocha 2023: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୋକା' । ଯାହା ଆଜି ରାତି ସୁଦ୍ଧା ନେଇପାରେ ଭୟଙ୍କ ରୂପ । ଯେଉଁ କାରଣରୁ ଅନେକ ରାଜ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବାତ୍ୟାର ନାମ ୟେମେନ ଦେଶ ଦ୍ୱାରା ନାମତ କରାଯାଇଛି । ଏହି ବାତ୍ୟାକୁ ବହୁତ ଶକ୍ତିଶାଳୀ ବୋଲି କୁହାଯାଉଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହା ହେଉଛି ବର୍ଷର ପ୍ରଥମ ସାଇକ୍ଲୋନନ୍ ।
ବାତ୍ୟା ହେଉଛି ଏକ ପ୍ରାକୃତି ଘଟଣା । ଯାହାରୁ ଅଟକାଯାଇ ପାରିବ ନାହିଁ । ହେଲେ ବାତ୍ୟା ସମୟରେ ସତର୍କ ରହିବା ଦ୍ୱାରା ଅନେକ ଅଘଟଣକୁ ଏଡାଯାଇ ପାରିବ । ଏପରକି ସାଇକ୍ଲୋନନ୍ ପରେ ମଧ୍ୟ କିଛି ସତର୍କତା ଅବଲମ୍ବନ କରିବା ଉଚିତ । ତେବେ ଚାଲନ୍ତୁ ଜାଣିବା ବାତ୍ୟା ସୟରେ କ'ଣ କରିବା ଉଚିତ୍ ।

ବାତ୍ୟା ସୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ
- ବାତ୍ୟା ସୟରେ ଦିଆଯାଇଥିବା ଚେତାବନୀକୁ ଅତି ଗୁରୁତର ସହ ନିଆଯିବା ଉଚିତ୍ ।
- ବାତ୍ୟା ସମୟରେ ସତର୍କ ରହିବା ସହ ଘର ବାହରକୁ ନ ଯିବା ପାଇଁ ଚେଷ୍ଟା କରିବା ଉଚିତ୍ ।
- ଜରୁରୀ ପରିସ୍ଥିତି ଥିଲେ ସାବଧାନ ସହ ଘର ବାହାରକୁ ଯାଆନ୍ତୁ ଏବଂ ଯଥାଶୀଘ୍ର ଘରକୁ ଫେରିବା ପାଇଁ ଚେଷ୍ଟା କରନ୍ତୁ ।
- ଯଦି ଆପଣ ଘର ବାହାରେ ଅଛନ୍ତି ଏବଂ ଆପଣ ବାତ୍ୟା ଆଲର୍ଟ ବିଷୟରେ ସୂଚନା ପାଇଛନ୍ତି କିନ୍ତୁ ଘରଠୁ ବହୁ ଦୂରରେ ଅଛନ୍ତି ତେବେ ଆପଣ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ରହିବାକୁ ଚେଷ୍ଟା କରନ୍ତୁ ।
- ପବନ ବର୍ଷା ସମୟରେ ଛାତ ଉପରକୁ ଯାଆନ୍ତୁ ନାହିଁ ।
- ବାତ୍ୟା ସମୟରେ ବିଦ୍ୟୁତିକ ସାମଗ୍ରୀଠାରୁ ଦୂରରେ ରୁହନ୍ତୁ, ଯଦି ସମ୍ଭବ, ମାଇକ୍ରୋୱେଭ୍, ଫ୍ରିଜ୍, ୱାସିଂ ମେସିନ୍, ଟିଭି ପରି ସାମଗ୍ରୀର ପାୱାର୍ ପ୍ଲଗ୍ କାଢି ଦିଅନ୍ତୁ ।
- ଯଦି ଆପଣ ଘର ବାହାରେ ଅଛନ୍ତି, ତେବେ ବର୍ଷା-ପବନ ସମୟରେ କୌଣସି ଗଛ କିମ୍ବା ଘର ତଳେ ଠିଆ ହୁଅନ୍ତୁ ନାହିଁ ।
- ଯଦି ଆପଣ ଗାଡି ଚଳାଉଛନ୍ତି ତେବେ ସମୁଦ୍ର କୂଳ, ଗଛ,ବିଦ୍ୟୁତ୍ ପୋଲ ତଳେ ପାର୍କିଂ କରନ୍ତୁ ନାହିଁ ।
ବାତ୍ୟା ପରେ କରନ୍ତୁ ଏହି କାର୍ଯ୍ୟ
- ବାତ୍ୟା ବା ପବନ ବର୍ଷା ବନ୍ଦ ହେବା ପରେ ତୁରନ୍ତ ଘର ବାହାରକୁ ଯାଆନ୍ତୁ ନାହିଁ ।ଯଦି ଆପଣ ଘରୁ ବାହାରେ ଅଛନ୍ତି ତେବେ ସର୍ଟକଟ୍ ନିଅନ୍ତୁ ନାହିଁ ସବୁବେଳେ ଖୋଲା ରାସ୍ତାରେ ଯିବା ପାଇଁ ଚେଷ୍ଟା କରନ୍ତୁ ।
- ଛିଡି ଯାଇଥିବା ବିଦ୍ୟୁତ ତାରକୁ ଛୁଅନ୍ତୁ ନାହିଁ ସେହିପରି ଭାଙ୍ଗି ଯାଇଥିବା ପୋଲ ଉପରେ ଯାତାୟତ କରନ୍ତୁ ନାହିଁ ।
- ପ୍ରାୟତଃ ବର୍ଷା ସମୟରେ ଅନେକ ସାପ ମଧ୍ୟ ବାହାରକୁ ଆସନ୍ତି ତେଣୁ ସାବଧାନ ରୁହନ୍ତୁ ।
- ଆପଣଙ୍କ ଘରର ଆଖପାଖକୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କୀଟନାଶକ ଔଷଧ ସ୍ପ୍ରେ କରନ୍ତୁ ଏବଂ ପାଣି ଜମା ହେବା ପାଇଁ ଦିଅନ୍ତୁ ନାହିଁ । କାରଣ ଏହା ମଶା ବଂଶ ବୃଦ୍ଧି କରିବା ସହ ଯାହା ରୋଗ ସୃଷ୍ଟି କରିଥାଏ ।












Click it and Unblock the Notifications