ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ
ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ । ମୁମ୍ବାଇସ୍ଥିତ ବାସଭବନରୁ ଆଜି ସକାଳେ ଉଠାଇ ନେଲା ପୁଲିସ
ମୁମ୍ବାଇ : ମହାରାଷ୍ଟ୍ର ସରକାର ଓ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ନେଇ ଗତ କିଛି ଦିନ ଧରି ଚାଲିଥିବା ବିବାଦ ଆଜି ଏକ ନୂଆ ମୋଡ ନେଇଛି । ମୁମ୍ବାଇ ପୋଲିସ ଆଜି ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି । ଅର୍ଣ୍ଣବ ତାଙ୍କ ବାସ ଭବନରେ ଥିବା ବେଳେ ମୁମ୍ବାଇ ପୁଲିସ ତାଙ୍କୁ ଜୋରଜବରଦସ୍ତ ଘରୁ ଉଠାଇ ନେଇ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି । ଆଜି ସକାଳ ସାଢେ 6ଟାରେ ମୁମ୍ବାଇ ପୁଲିସର ଏକ ଟିମ୍ ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନ ଆଗରେ ପହଂଚି ଥିଲା । ଏହାପରେ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ କରିଦେଇଥିଲା । ତେବେ ବିନା ନୋଟିସ, ସମନ କିମ୍ବା କୋର୍ଟ ଅର୍ଡରେ ତାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିବା ଅଭିଯୋଗ ହୋଇଛି ।

ତାଙ୍କୁ ପରିବାର ଲୋକଙ୍କ ସହ ମିଶିବାକୁ ଦିଆଯାଇନଥିବା ବେଳେ ଓୌଷଧ ଖାଇବାକୁ ମଧ୍ୟ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ମୁମ୍ବାଇ ପୋଲିସ ଗୁଣ୍ଡାଗିରି ଦେଖାଇ ତାଙ୍କୁ ଓ ତାଙ୍କ ଶାଶୂ, ଶ୍ୱଶୂର, ପତ୍ନୀ ଏବଂ ପୁଅକୁ ମାଡ ମାରିଥିବା ସେ କହିଛନ୍ତି ।
ଗିରଫ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମେ 2018 ମସିହାରେ ଅର୍ଣ୍ଣବଙ୍କ ଚ୍ୟାନେଲରେ କାମ କରୁଥିବା ଜଣେ ଆର୍କିଟେକ୍ ଓ ତାଙ୍କ ମା' ଆତ୍ମହତ୍ୟା କରିଥିଲେ । ସଠିକ୍ ଭାବରେ ଦରମା ଦିଆଯାଇନଥିବାରୁ ସେମାନେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ଉକ୍ତ ମାମଲା ଠିକ୍ ଭାବରେ ତଦନ୍ତ କରଯାଉନଥିବା ମୃତ ଆର୍କିଟେକଙ୍କ ଝିଅ ଅଭିଯୋଗ କରିବା ପରେ ଗତ ମେ' ମାସରେ ପୁଣି ମାମଲାକୁ ତଦନ୍ତ ପରିଷରଭୁକ୍ତ କରାଯାଇଥିଲା ।
ସୂଚନାଥାଉକି, ଏହି ଘଟଣାରେ ଅର୍ଣ୍ଣବଙ୍କ ବ୍ୟତୀତ ରିପବ୍ଲିକ ଟିଭିର ଡେପୁଟି ନ୍ୟୁଜ ଏଡିଟର ସାଗରିକା ମିତ୍ର, ସିନିୟର ଆସୋସିଏଟ୍ ଏଡିଟର ଆଙ୍କର ଶିବାନୀ ଗୁପ୍ତା, ଡେପୁଟି ଏଡିଟର ଶାଓ୍ୱନ ସେନ ଏବଂ ଏକଜ୍ୟୁକୁଟିଭ୍ ଏଡିଟର ନିରଞ୍ଜନ ନାରାୟଣସ୍ୱାମୀଙ୍କ ନାଁରେ ମଧ୍ଯ ମାମଲା ରୁଜୁ ହୋଇଛି ।












Click it and Unblock the Notifications