Get Updates
Get notified of breaking news, exclusive insights, and must-see stories!

ହ୍ୱାଟ୍ସଆପକୁ ଆସିଛି କି କମ୍ପାନୀ ମ୍ୟାସେଜ୍, ଏପରି କରନ୍ତୁ ବ୍ଲକ୍

WhatsApp News: ହ୍ୱାଟ୍ସଆପରେ ଆସୁଥିବା ସ୍ପାମ୍ ମ୍ୟାସେଜକୁ ନେଇ ଅଛନ୍ତି କି ଚିନ୍ତାରେ । ପ୍ରତିଦିନ ହ୍ୱାଟ୍ସଆପ ୟୁଜର୍ସଙ୍କୁ ଅନେକ ପ୍ରକାରର ମ୍ୟାସେଜ୍ ଆସିଥାଏ । ଅନେକ କମ୍ପାନୀ ନିଜ ଜିନିଷର ପ୍ରମୋସନ କରିବା ପାଇଁ ମ୍ୟାସେଜ୍ କରିଥାନ୍ତି । ବିଭିନ୍ନ ଅଫର୍ ବିଷୟରେ ଜଣାଇବା ସହ ନିଜ ନିଜ ସାମଗ୍ରୀ କିଣିବା ପାଇଁ ଆପଣଙ୍କୁ ମ୍ୟାସେଜ୍ କରିଥାନ୍ତି ।

ତେବେ ଯଦି ଏପରି ବର୍ତ୍ତା ଆପଣଙ୍କୁ ଭଲ ଲାଗୁ ନାହିଁ ତେବେ ଆପଣ ନିଜ ହ୍ୱାଟ୍ସଆପ ଆପ ସେଟିଂରେ କିଛି ପରିବର୍ତ୍ତନ କରି ଏହିପରି ମ୍ୟାସେଜ୍ ବା ବାର୍ତ୍ତାକୁ ଏଡାଇ ପାରିବେ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ପଦ୍ଧତି ଗ୍ରହଣ କରିବାକୁ ପଡିବ । ଚାଲନ୍ତୁ ଜାଣିବା ଏହି ଷ୍ଟେପ୍ ବିଷୟରେ ।

WhatsApp

ବ୍ଲକ: ସର୍ବପ୍ରଥମେ ହ୍ୱାଟ୍ସଆପ ଖୋଲନ୍ତୁ । ଏହାପରେ ଯେଉଁ ବ୍ୟବସାୟ ନମ୍ବରରୁ ଆପଣଙ୍କୁ ବାର୍ତ୍ତା ବା ମ୍ୟାସେଜ୍ ଆସୁଛି ସେହି ନମ୍ବରକୁ ବ୍ଲକ କରନ୍ତୁ । ଥରେ ବ୍ଲକ କରିବା ପରେ ଆପଣଙ୍କୁ ଉକ୍ତ ନମ୍ବରରୁ ଆଉ ମ୍ୟାସେଜ୍ ଆସିବ ନାହିଁ । ସେହିପରି ରିପୋର୍ଟ କରିବାର ସୁବିଧା ମଧ୍ୟ ରହିଛି ।

ଯଦି ଆପଣ ଚାହୁଁଛନ୍ତି ଏପରି ମ୍ୟାସେଜ୍ ଆପଣଙ୍କୁ ଆଉ ନ ଆସୁ ତେବେ ଏହାକୁ ଏଡାଇବା ପାଇଁ ଏହି ବ୍ୟବସାୟ ନମ୍ବରରେ ଆପଣ ରିପୋର୍ଟ ମଧ୍ୟ କରିପାରିବେ । ଏଥିପାଇଁ ଆପଣଙ୍କୁ ସେହି ବ୍ୟବସାୟ ପ୍ରୋଫାଇଲକୁ ଯିବାକୁ ପଡିବ ଏବଂ ରିପୋର୍ଟ ଉପରେ କ୍ଲିକ୍ କରି ରିପୋର୍ଟ କରନ୍ତୁ ।

କିଛି ବ୍ୟବସାୟ ଉପଭୋକ୍ତାଙ୍କ ପାଖରେ କମ୍ପାନୀଗୁଡିକରୁ ପ୍ରମୋସନ ମ୍ୟାସେଜକୁ ଏଟାଇବା ପାଇଁ ମଧ୍ୟ ଅପସନ୍ ଥାଏ । ଯଦି ଆପଣ କମ୍ପାନୀଗୁଡିକରୁ ବାର୍ତ୍ତା ଗ୍ରହଣ କରିବାକୁ ଚାହୁଁନାହାଁନ୍ତି ତେବେ ଆପଣ ଷ୍ଟପ୍ ଅପ୍ସନ୍ ଉପରେ କ୍ଲିକ୍ କରିପାରିବେ ।

ହ୍ୱାଟସ୍ ଆପରେ ଏକ 'OPT OUT' ଅପସନ୍ ମଧ୍ୟ ରହିଛି । କେତେକ ବ୍ୟବସାୟ କମ୍ପାନୀ ଉପଭୋକ୍ତାମାନଙ୍କୁ Opt out of marketing messagesର ଅପସନ୍ ମଧ୍ୟ ଦେଇଥାନ୍ତି । ଯଦି ଆପଣ ସେହି ବ୍ୟବସାୟ ନମ୍ବରରୁ ବାର୍ତ୍ତା ବା ମ୍ୟାସେଜ୍ ଚାହୁଁ ନାହାଁନ୍ତି ତେବେ ଆପଣ ଏହି ବିକଳ୍ପ ଉପରେ କ୍ଲିକ୍ କରିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+