ଖେଳୁଛନ୍ତି କି Candy Crush Sag, ହୋଇଯାଆନ୍ତୁ ସତର୍କ

Candy Crush Saga: ବର୍ତ୍ତମାନ ଧନୀ ଠୁ ଆରମ୍ଭ କରି ଗରିବ ଶ୍ରେଣୀର ଲୋକଙ୍କ ପାଖରେ ରହିଛି ସ୍ମାର୍ଟଫୋନ, ସେହିପରି ଆଜିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଏହା ସାଜିଛି ଟାଇମ ପାସର ଏକ ମାଧ୍ୟମ । ଅନେକ ଲୋକ ଖାଲି ସମୟ ପାଇଲେ ଗେମ୍ ଖେଳିବା ପାଇଁ ପସନ୍ଦ କରନ୍ତି ।

ବିଭିନ୍ନ ପ୍ରକାରର ଆପ୍ ଏବଂ ଗେମ୍ ମଧ୍ୟ ରହିଛି । ହେଲେ ଆପଣ ଜାଣଛନ୍ତି କି ଏପରି କିଛି ଆପ୍ ଅଛି ଯାହା ଡାଉନଲୋଡ୍ କଲେ ଆପଣଙ୍କ ପ୍ରାଇଭେସିକୁ ପ୍ରଭାବିତ କରିପାରେ । ଜାନୁଆରୀ ୯ ତାରିଖରେ ୪୦୪ ମିଡିଆ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଲୋକେସନ୍ ଡାଟା ବ୍ରୋକରେଜ୍ କମ୍ପାନୀ ଗ୍ରେଭି ଆନାଲିଟିକ୍ସରେ ଡାଟା ଲିକ୍ ହୋଇଥିବା ଏକ ମାମଲା ରିପୋର୍ଟ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ କିଛି ଲୋକପ୍ରିୟ ଆପ୍ ୟୁଜର୍ସଙ୍କ ରିଅଲ୍-ଟାଇମ୍ ଲୋକେସନ୍ ଟ୍ରାକ୍ କରୁଛନ୍ତି।

Candy Crush Saga

ତେବେ ଏହି ତାଲିକାରେ ରହିଛି କ୍ୟାଣ୍ଡି କ୍ରଶ ସାଗା ଏବଂ ଟିଣ୍ଡର ଭଳି ଆପ୍ । ଏହି କମ୍ପାନୀ ଗ୍ରାହକଙ୍କ ତଥ୍ୟ ଚୋରି କରୁଥିବାର ଦାବି କରାଯାଇଛି । ଫେଡେରାଲ୍ ଟ୍ରେଡ୍ କମିଶନ୍ (FTC) ଗ୍ରେଭି ଆନାଲିଟିକ୍ସ ଏବଂ ଏହାର ସହାୟକ କମ୍ପାନୀ ଭେଣ୍ଟେଲକୁ ଉପଭୋକ୍ତାଙ୍କ ସମ୍ମତି ବିନା ସେମାନଙ୍କ ଲୋକେସନ୍ ଡାଟା ବିକ୍ରି କରିବାକୁ ନିଷିଦ୍ଧ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ଲିକ୍ ହୋଇଥିବା ତଥ୍ୟରେ 3 କୋଟିରୁ ଅଧିକ ସ୍ଥାନ ପଏଣ୍ଟ ଉଲ୍ଲେଖ କରାଯାଇଛି, ଯେଉଁଥିରେ ହ୍ୱାଇଟ୍ ହାଉସ୍, କ୍ରେମଲିନ୍, ଭାଟିକାନ୍ ସିଟି ଏବଂ ବିଭିନ୍ନ ସାମରିକ ଘାଟି ବିଷୟରେ ସୂଚନା ଅନ୍ତର୍ଭୁକ୍ତ।ଗ୍ରେଭି ଆନାଲିଟିକ୍ସ ଭଳି କମ୍ପାନୀଗୁଡ଼ିକ ପ୍ରାୟତଃ ଆପ୍ସରୁ ସିଧାସଳଖ ଡାଟା ନିଅନ୍ତି ନାହିଁ। ସେମାନେ ବିଜ୍ଞାପନ ଏଜେନ୍ସି ସହିତ କାମ କରି କିମ୍ବା ନିଜେ ଏକ ବିଜ୍ଞାପନ ଏଜେନ୍ସି ହୋଇ Android ଏବଂ iOS ଡିଭାଇସଗୁଡ଼ିକରୁ ଉପଭୋକ୍ତା ତଥ୍ୟ ହାସଲ କରନ୍ତି।

ଯଦି ଆପଣଙ୍କର ତଥ୍ୟ ଲିକ୍ ହୋଇଯାଏ, ତେବେ ଏହାକୁ ରୋକିବା କଷ୍ଟକର। କିନ୍ତୁ ଭବିଷ୍ୟତ ପାଇଁ ଏହାକୁ ସୁରକ୍ଷିତ ରଖିବା ପାଇଁ ହେଲେ
ଆପ୍ ଇନଷ୍ଟଲ୍ କରିବା ସମୟରେ ସତର୍କ ରୁହନ୍ତୁ । ସର୍ବଦା "Ask Apps Not to Track" ଉପରେ କ୍ଲିକ୍ କରିବା ପାଇଁ ଭୁଲନ୍ତୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+