ଛତିଶଗଡ଼ ବସ୍ତରରେ ବଡ଼ ଧରଣ ମାଓ ବିରୋଧୀ ଅପରେସନ : ୧ ମାଓବାଦୀ ନିହତ
Chatisgarh News: ଛତିଶଗଡ଼ ବସ୍ତରରେ ବଡ଼ ଧରଣ ମାଓ ବିରୋଧୀ ଅପରେସନ । ଗରିଆବନ୍ଦ ଜଙ୍ଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରୁ SLR ବନ୍ଧୁକ ଜବତ କରିଛି ସୁରକ୍ଷା ବାହିନୀ।

ସୂଚନା ଅନୁସାରେ, ଗରିଆବନ୍ଦ ଜଙ୍ଗଲରେ ମାଓବାଦୀ ସିବିର ବିଷୟରେ ସୂଚନା ପାଇବା ପରେ ଯବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ହେଲେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରୁ ପୋଲିସ SLR ବନ୍ଧୁକ ଜବତ କରିଛି ।












Click it and Unblock the Notifications