ଅନନ୍ତ-ରାଧିକାଙ୍କ ବିବାହ ପାଇଁ ଏହି ଅଫିସ୍ କର୍ମଚାରୀଙ୍କୁ ମିଳିଲା ୱାର୍କ ଫର୍ମ ହୋମ୍ !
Anant Radhika Wedding: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କର ଆଜି ମୁମ୍ବାଇରେ ବିବାହ ଅନୁଷ୍ଠିତ ହେବ । ଯେଉଁଥି ପାଇଁ ଚଳଚଞ୍ଚଳ ମାୟାନଗରୀ । ଦେଶ ବିଦେଶରୁ ଅନେକ ଅତିଥି ବର୍ତ୍ତମାନ ଆସି ମୁମ୍ବାଇରେ ପହଞ୍ଚିଛନ୍ତି । ଆଜି ଅର୍ଥାତ୍ ଜୁଲାଇ 12 ତାରିଖରେ ବି.କେ.ସିର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର୍ ଚେୟାରମ୍ୟାନଙ୍କ ସାନ ପୁଅ ଅନନ୍ତ ତାଙ୍କ ପ୍ରେମିକା ରାଧିକାଙ୍କ ସହ ବିବାହ କରିବା ପାଇଁ ଯାଉଛନ୍ତି ।
ଅମ୍ବାନୀ ପରିବାରର ଏହି ଖାସ୍ ବିବାହ ସମାରୋହ ପାଇଁ ମୁମ୍ବାଇର ବ୍ୟସ୍ତବହୁଳ ଆର୍ଥିକ କ୍ଷେତ୍ର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଅବସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟର ନିକଟରେ 12 ରୁ 15 ଜୁଲାଇ ପର୍ଯ୍ୟନ୍ତ ଟ୍ରାଫିକ ନିୟମ ଲାଗୁ କରାଯାଇଛି । ଯାହା ପ୍ରଭାବ ସମସ୍ତ ଅଫିସ ଉପରେ ପଡିଛି ।

ଅନନ୍ତ ଅମ୍ବାନୀ-ରାଧିକାଙ୍କ ବିବାହ ମୁମ୍ବାଇର ପ୍ରତିଷ୍ଠିତ ବାଣିଜ୍ୟିକ କେନ୍ଦ୍ର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବି.କେ.ସି) ର ଜିଓ ୱାର୍ଲ୍ଡ ସେଣ୍ଟରରେ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବି.କେ.ସିର ଅନେକ କାର୍ଯ୍ୟାଳୟ ସେମାନଙ୍କ କର୍ମଚାରୀମାନଙ୍କୁ ଜୁଲାଇ 15 ପର୍ଯ୍ୟନ୍ତ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅର୍ଥାତ୍ ୱାର୍କ ଫର୍ମ ହୋମ୍ ନିୟମ ଲାଗୁ କରାଯାଇଛି । ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ପାଇଁ ଟ୍ରାଫିକ୍ ଜାମ୍ ନେଇ ଏପରି ନିଷ୍ପତ୍ତି ନିଆଯାଇଛି ।
BKC ହେଉଛି ମୁମ୍ବାଇର ସବୁଠାରୁ ପସ୍ ଏରିଆ । ଏଠାରେ ବହୁ ବଡ଼ ବଡ଼ ଅଫିସ ବ୍ୟବସାୟିକ ଅଫିସ ରହିଛି । ଏଠାରେ ଭାରତର ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ, ମାର୍କେଟ ରେଗୁଲେଟର SEBI ଏବଂ ଅନେକ ଆନ୍ତର୍ଜାତୀୟ ବ୍ୟାଙ୍କ ରହିଛି । ଅମ୍ବାନୀ ପରିବାରର ଏହି ବିଳାସପୂର୍ଣ୍ଣ ବିବାହ ସମାରୋହ ମୁମ୍ବାଇର ବାସିନ୍ଦା ଏବଂ ସ୍ଥାନୀୟ ଅଫିସ୍ କର୍ମଚାରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା । ଯେଉଁଥି ପାଇଁ ବର୍ତ୍ତମାନ ଏହି ଏରିଆରେ ଥିବା ସମସ୍ତ ଅଫିସର କର୍ମଚାରୀଙ୍କୁ ୱାର୍କ ଫର୍ମ ହୋମ୍ ଦିଆଯାଇଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଜୁଲାଇ 12 ତାରିଖରୁ ଆରମ୍ଭ ହୋଇ 15 ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ । ସେଥି ପାଇଁ 15 ତାରିଖ ପର୍ଯ୍ୟନ୍ତ ସମସ୍ତ ୱାର୍କ ଫର୍ମ ହୋମ୍ ଦିଆଯାଇଛି ।












Click it and Unblock the Notifications