ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ: ଜାମନଗରରେ ଜମିଛି ସେଲିବ୍ରିଟିଙ୍କ ଭିଡ଼

Anant-Radhika Pre Wedding: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝି ଅ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ଜାରି ରହିଛି । ଏହି ଇଭେଣ୍ଟରେ ମୁକେଶ ଅମ୍ବାନୀ ମଧ୍ୟ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

Anant-Radhika Pre Wedding

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ନିଜ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏହି ସମାରୋହରେ ଦୁହେଁ ମଞ୍ଚରେ ସୁନ୍ଦର ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ରାଜ କପୁରଙ୍କ ଆଇକନିକ ଗୀତ 'ପ୍ୟାର ହୁଆ ଇକରାର୍ ହୁଆ' ଗୀତରେ ଡ୍ୟାନ୍ସ କରୁଥିବାର ଦେଖି ପାଇଁ ମିଳିଥିଲା ।


ନୃତ୍ୟ ପରିବେଷଣ କରୁଥିବାବେଳେ ମୁକେଶ ଅମ୍ବାନୀ କୁର୍ତ୍ତା ଏବଂ ନୀତା ଅମ୍ବାନୀ ଶାଢି ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ଅନନ୍ତ ତାଙ୍କ ପ୍ରେମିକା ରାଧିକାଙ୍କ ସହ ମଧ୍ୟ ସୁନ୍ଦର ଡ୍ୟାନ୍ସ କରିଥିଲେ । ଉଭୟଙ୍କର ଏହି ଭିଡିଓରେ ଲୋକଙ୍କର ଭିନ୍ନ ଭିନ୍ନ କମେଣ୍ଟ ଓ ଲାଇକର ବର୍ଷା ହୋଇଥିଲା । ଏହି ଡ୍ୟାନ୍ସ ଭିଡିଓରେ ରାଧିକା-ଅନନ୍ତଙ୍କ ସୁନ୍ଦର କେମେଷ୍ଟ୍ରି ଲୋକଙ୍କୁ ଆକୃଷ୍ଟ କରିଥିଲା ।

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପ୍ରି-ୱେଣ୍ତିଂର ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କହିବା ପାଇଁ ଗଲେ ପୁରା ବଲିଉଡ ଏବେ ଗୁରୁରାଟ ଜାମନଗରେ ରାଜ୍ କରିଛି । ବିବାହ ପୂର୍ବ ସମାରୋହର ଦ୍ୱିତୀୟ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, ତାଙ୍କ ପତ୍ନୀ ନୀତା ଅମ୍ବାନୀ, ବଡ ପୁଅ ଆକାଶ ଅମ୍ବାନୀ, ବୋହୂ ଶ୍ଲୋକା ମେହେତ୍ତା ଏବଂ ଝିଅ ଇଶା ଅମ୍ବାନୀଙ୍କୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+