ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଯୋଗ ଦେବେ ଦେଶ ବିଦେଶର କିଛି ଖାସ୍ ଅତିଥି
Anant Ambani & Radhika Merchant Wedding: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଜୁଲାଇ 12 ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ମାର୍ଚ୍ଚ 1 ରୁ ମାର୍ଚ୍ଚ 3 ପର୍ଯ୍ୟନ୍ତ ଗୁଜୁରାଟର ଜାମନଗରରେ ବିବାହ ପୂର୍ବର ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
Threads of Love and Heritage: A Tapestry Woven for Anant and Radhika
In a tribute to Indian heritage, the Ambani family has commissioned skilled women artisans from Kachchh & Lalpur, to weave a tapestry of dreams for Anant Ambani and Radhika Merchant's upcoming union.
These… pic.twitter.com/T1umElwacL
— Reliance Foundation (@ril_foundation) February 16, 2024
ଏହି କାର୍ଯ୍ୟକ୍ରମରେ ଅନେକ ବିଶ୍ୱସ୍ତରୀୟ ଅତିଥି ଯୋଗଦେବା ନେଇ ସୂଚନା ରହିଛି । ଅତିଥି ତାଲିକାରେ ମାର୍କ ଜୁକରବର୍ଗ ଠାରୁ ବିଲ୍ ଗେଟ୍ସ ନାଁ ସାମିଲ ଅଛି । ବିବାହ ଉତ୍ସବ ପାଇଁ ଅମ୍ବାନୀ ପରିବାରରୁ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଗତ ବର୍ଷ ଜାନୁଆରୀରେ ମୁମ୍ବାଇରେ ଏକ ପାରମ୍ପାରିକ ସମାରୋହରେ ନିର୍ବନ୍ଧ ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏହାପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲା ଯେଉଁଥିରେ ଗୁଜରାଟର ମହିଳାମାନେ ବିବାହ ପାଇଁ ବାନ୍ଧନୀ ସ୍କାର୍ଫ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ମଧ୍ୟ ନଜର ଆସିଥିଲେ ।
ବାନ୍ଧନୀ ଆବରଣ ତିଆରି କରିବା ପାଇଁ ପ୍ରଚୀନ କଳା କୈଶଳ ଗ୍ରହଣ କରାଯାଇଛି । ଅନନ୍ତ-ରାଧିକାଙ୍କ ନୂତନ ଜୀବନକୁ ରଙ୍ଗୀନ ଏବଂ ସୌନ୍ଦର୍ଯ୍ୟ ଭରିବା ପାଇଁ କଳାକାରମାନେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ସୂଚନାଥାଉ ଯେ, ଜାନୁଆରୀ 19ରେ ଅନନ୍ତ ଏବଂ ରାଧିକା ଗୁଜୁରାଟୀ ଶୈଳୀରେ ନିର୍ବଦ୍ଧ ହୋଇଥିଲା । ଦୁଇ ପରିବାରର ସଦସ୍ୟ, ବଡ଼ ବଡ଼ ସେଲିବ୍ରିଟି ସହ ଅନେକ ବିଶିଷ୍ଠ ବ୍ୟକ୍ତି ଏହି ଅମ୍ବାନୀ ପରିବାରର ଏହି ଇଭେଣ୍ଟରେ ଯୋଗ ଦେଇଥିଲେ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications