ଜାଣନ୍ତୁ ଅନନ୍ତ ଅମ୍ବାନୀଙ୍କ ବିବାହ ବଜେଟ୍
Anant Ambani-Radhika Merchant Wedding Cost: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘରେ ବର୍ତ୍ତମାନ ବିବାହ ସମାରୋହ ଜାରି ରହିଛି । ସାନପୁଅ ଅନନ୍ତ ଅମ୍ବାନୀ ଜୁଲାଇ 12 ରେ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି ।
ଏହାପୂର୍ବରୁ ବିବାହ ରୀତିନୀତି ଆରମ୍ଭ ହୋଇସାରିଛି ଏବଂ ସମସ୍ତ କାର୍ଯ୍ୟ ଏକ ରାଜକୀୟ ଅନ୍ଦାଜରେ ପାଳନ କରାଯାଉଛି । ଯାହାର ଚର୍ଚ୍ଚା ବର୍ତ୍ତମାନ ଦେଶ ବିଦେଶରେ ହେଉଛି । ବଲିଉଡ-ହଲିଉଡର ବଡ଼ ବଡ଼ ସେଲିବ୍ରିଟି ରାଧିକା-ଅନନ୍ତଙ୍କ ବିବାହର ଯୋଗ ଦେବା ନେଇ ସୂଚନା ରହିଛି ।
ବିବାହ ପୂର୍ବରୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ରୀତିନୀତି ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଂଗୀତ, ହଲଦି ଏବଂ ମେହେନ୍ଦି ପରି କାର୍ଯ୍ୟ ଶେଷ ହୋଇଛି । ବିଦେଶୀ ପପ୍ ସିଙ୍ଗର୍ ଜଷ୍ଟିନ ବିବର ମଧ୍ୟ ନିଜ ଗୀତରେ ଅମ୍ବାନୀ ପରିବାରର ଏହି କାର୍ଯ୍ୟକ୍ରମରେ ଚାରଚାନ୍ଦ ଲଗାଇଥିଲେ ।
ଏବେ ଅପେକ୍ଷା ଅନନ୍ତ-ରାଧିକାଙ୍କ ବିବହକୁ । ଅନନ୍ତ ଅମ୍ବାନୀ ଏବଂ ରାଧିକା ଜୁଲାଇ 12 ରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବେ। 13 ଜୁଲାଇରେ ସେମାନଙ୍କର ଶୁଭ ଆଶୀର୍ବାଦର ଏକ କାର୍ଯ୍ୟକ୍ରମ ରହିଛି ଏବଂ ଏହି ଦମ୍ପତି 14 ଜୁଲାଇରେ ଏକ ବିଶାଳ ରିସେପ୍ସନ୍ ପାର୍ଟି ଦେବା ନେଇ ଖବର ରହିଛି ।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ 2500 ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଅତିଥି ପରିବହନ ପାଇଁ ଅମ୍ବାନୀ ପରିବାର ତିନୋଟି ଫାଲକନ୍ -2000 ଜେଟ୍ ନିଯୁକ୍ତ କରିଛି। କ୍ଲବ ୱାନ ଏୟାର ସିଇଓ ରାଜନ ମେହେରା ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ପାଇଁ 100 ରୁ ଅଧିକ ବେସରକାରୀ ବିମାନ ବ୍ୟବହାର କରାଯିବ ବୋଲି ସେ ଆଶା କରାଯାଉଛି । ରିପୋର୍ଟ ଅନୁଯାୟୀ, ଅନନ୍ତ ଅମ୍ବାନୀଙ୍କ ଏହି ରାଜକୀୟ ବିବାହ ପାଇଁ ମୁକେଶ ଅମ୍ବାନୀ 350 ମିଲିୟନ ଡଲାରରୁ ଅଧିକ ଅର୍ଥାତ୍ 2500 କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।

ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ଦୁଇଟି ଗ୍ରାଣ୍ଡ ପ୍ରି ୱେଡିଙ୍ଗ୍ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରଥମେ ଗୁଜୁରାଟର ଜାମନଗରରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ 1200 ଅତିଥି ଯୋଗ ଦେଇଥିଲେ। ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ବିଲ୍ ଗେଟ୍ସଙ୍କ ପରି ଫେମସ୍ ବ୍ୟକ୍ତିତ୍ୱ ମାନେ ଯୋଗ ଦେଇଥିଲେ । ଦାମି ପପ୍ ଗାୟିକ ରିହାନା ମଧ୍ୟ ଭାରତ ଆସି ଅମ୍ବାନୀ ପରିବାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।












Click it and Unblock the Notifications