ଏହି ଦିନଠୁ ଆରମ୍ଭ ହେବ ଗ୍ରେଟ୍ ରିପବ୍ଲିକ୍ ଡେ' ଆମାଜନ୍‌ ସେଲ୍‌, ଶସ୍ତାରେ ମିଳିବ ଏହି ସବୁ ଜିନିଷ

Amazon Republic Day Sale 2024: ଅନଲାଇନ୍ ସପିଂ ସାଇଟ୍ ଆମାଜନରେ, ଗ୍ରେଟ୍ ରିପବ୍ଲିକ୍ ଡେ'ରେ ବର୍ଷର ପ୍ରଥମ ସେଲ୍ ଜାନୁଆରୀ 13 ରୁ ଆରମ୍ଭ ହେବାକୁ ଯାଉଛି । ଗଣତନ୍ତ୍ର ଦିବସ ଅବସରରେ ଆରମ୍ଭ ହେଉଥିବା ଏହି ସେଲର ଲାଭ prime subscribers 12 ଘଣ୍ଟା ପୂର୍ବରୁ ଉଠାଇ ପାରିବେ । ଏହି ସେଲରେ ପ୍ରତ୍ୟେକ ଜିନିଷ ଉପରେ ରିହାତି ମିଳିବ ଏହା ବ୍ୟତୀତ ଗ୍ରାହକମାନେ ବ୍ୟାଙ୍କ କାର୍ଡ ଜରିଆରେ ମଧ୍ୟ କିଛି ରିହାତିର ଲାଭ ପାଇବେ । ଏହି ବାର୍ଷିକ ବିକ୍ରିରେ ଗ୍ରାହକମାନେ ଅନେକ ଟପ୍ ବ୍ରାଣ୍ଡର ପ୍ରଡକ୍ଟ ଉପରେ ବମ୍ପର ରିହାତି ପାଇବେ, ଯାହା ସାହାଯ୍ୟରେ ଲୋକ ମାନେ ହଜାରେ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ ।

ଆମାଜନ ଗ୍ରେଟ୍ ରିପବ୍ଲିକ୍ ଡେ ବିକ୍ରୟର ଲ୍ୟାଣ୍ଡିଂ ପେଜ୍ ଅନୁଯାୟୀ ଗ୍ରାହକମାନେ ସ୍ମାର୍ଟଫୋନ୍ ଏବଂ ଆସେସୋରିଜ୍ ଉପରେ 40 ପ୍ରତିଶତ ରିହାତି ପାଇବେ। ଏଥି ସହିତ ଲାପଟପ୍, ସ୍ମାର୍ଟ ୱାଚ୍, ଟାବଲେଟ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଉପରେ 75 ପ୍ରତିଶତ ରିହାତି ପ୍ରଦାନ କରାଯିବ।

Amazon Republic Day Sale 2024

ଏହା ବ୍ୟତୀତ ଟିଭି, ଫ୍ରିଜ୍, ଏସି ଏବଂ ୱାସିଂ ମେସିନ୍ ପରି ଘରୋଇ ଉପକରଣଗୁଡିକରେ 65% ପର୍ଯ୍ୟନ୍ତ ରିହାତି ସହିତ କ୍ରୟ କରାଯାଇପାରିବ । ଏହା ସହିତ ଆମାଜନ୍ କହିଛି ଯେ ଗ୍ରାହକମାନେ ସେମାନଙ୍କର ପୁରୁଣା ଜିନିଷ ଏକ୍ସଚେଞ୍ଜ କରି ନୂତନ ଜିନିଷ କିଣିପାରିବେ । ଏହା ବ୍ୟତୀତ ପ୍ରେଷ୍ଟିଜ୍, ମିଲଟନ୍, ସେଲୋ, ସୋଲାରା ଭଳି ଟପ୍ ବ୍ରାଣ୍ଡ୍ରର ସାମଗ୍ରୀ ମଧ୍ୟ କମ୍ ଟଙ୍କାରେ ପାଇପାରିବେ । ସେହିପରି ଘର ଏବଂ ରୋଷେଇ ଉପକରଣ ମଧ୍ୟ କମ୍ ଟଙ୍କାରେ ପାଇପାରିବେ ।

ସେହିପରି ଗିଜର, ୱାଟର ପ୍ୟୁରିଫାୟର୍, ଭାକ୍ୟୁମ୍ କ୍ଲିନର୍, ସିଲିଂ ଫ୍ୟାନ୍, ମିକ୍ସର୍ ଗ୍ରାଇଣ୍ଡର୍, ଏୟାର ଫ୍ରାଏର୍, ଏୟାର ପ୍ୟୁରିଫାୟର୍ସ, ଆଇରନ୍, ଇନଡକ୍ସନ୍ ଏବଂ ଇନଭର୍ଟର ବ୍ୟାଟେରୀ ସହିତ ଅନ୍ୟାନ୍ୟ ଜିନିଷ ଡିସକାଉଣ୍ଟ ପ୍ରାଇଜରେ ପାଇପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଜିନିଷଗୁଡିକ କିଣିବା ପରେ ଗ୍ରାହକମାନେ ଫ୍ରି ହୋମ ଡେଲିଭିରି ସୁବିଧା ପାଇପାରିବେ ଏବଂ ବିନା ଇଣ୍ଟରେଷ୍ଟରେ EMI ଏବଂ SBI ବ୍ୟାଙ୍କ କ୍ରେଡିଟ୍ କାର୍ଡରେ 10% ତତକ୍ଷଣାତ୍ ରିହାତି ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+