ବିଧାନସଭାର ଶୀତ ଅଧିବେଶନ : 18ରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
ବିଧାନସଭାର ଶୀତ ଅଧିବେଶନ ପାଇଁ ଆସନ୍ତା 18 ତାରିଖରେ ବସିବ ସର୍ବଦୈଳୀୟ ବୈଠକ
ଭୁବନେଶ୍ୱର : ବିଧାନସଭାର ଶୀତ ଅଧିବେଶନ ପାଇଁ ଆସନ୍ତା 18 ତାରିଖରେ ବସିବ ସର୍ବଦୈଳୀୟ ବୈଠକ । ସକାଳ 11ଟାରେ ସର୍ବଦଳୀୟ ବୈଠକ ବସିବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ବୈଠକରେ ବିଧାନସଭାର ଶୀତକାଳିନ ଅଧିବେଶନର ପରିଚାଳନା ନେଇ ଆଲୋଚନା ହେବ ।
ମିଳିଥିବା ସୂଚନା ଅନୁସାରେ ଚଳିତ ଶୀତ ଅଧିବେଶନରେ ବିଧାନସଭା ଗୃହରେ ତାରକା ପ୍ରଶ୍ନ ଉପରେ ଆଳୋଚନା ହେବ କି ନାହିଁ ସେନେଇ ସର୍ବଦଳୀୟ ବୈଠକରେ ସବୁ ଦଳରୁ ମତାମତା ଲୋଡାଯିବ । ସେହିଦିନ ଦୁଇଟି ଉପନିର୍ବାଚନରେ ଜିତି ଥିବା ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ମଧ୍ୟ ଶପଥ ନେବେ ।

ଏଥର ମଧ୍ୟ ବିଧାନସଭାରେ ଗୋଟିଏ ପ୍ରସଙ୍ଗରେ ଦୁଇ ଦିନ ମୁତଲବୀ ପ୍ରସ୍ତାବ ଆଲୋଚନା ଆସି ପାରିବ ନାହିଁ । ତେବେ ଗତ ଶୀତ ଅଧିବେଶନରେ ଭଳି ଏଥରକ ମଧ୍ୟ ଦୈନିକ ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ । ଅପରପକ୍ଷରେ ବିଧାନସଭା ଅଧିବେଶନରେ ପ୍ରଶ୍ନୋତର କାଳ ରହିବା ଦରକାର । ବିଧାୟକମାନେ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିବେ । ସଂସଦୀୟ ଢାଞ୍ଚାକୁ ଦେଖି ଗତଥର ବାଚସ୍ପତି ଏହା କରିନଥିଲେ ବୋଲି କହିଛନ୍ତି ବିଜେପିର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏଥର କରୋନା କମିଥିବାରୁ ଅଧିବେଶନକୁ 5 ଘଣ୍ଟା ବୃଦ୍ଧି କରିବାକୁ ଦାବି କରିଛନ୍ତି ପ୍ରଦୀପ୍ତ ।












Click it and Unblock the Notifications