ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା: RBIର ବଡ଼ ଘୋଷଣା, ବନ୍ଦ ରହିବ ବ୍ୟାଙ୍କ !

Ram Mandir: ସାରା ଦେଶରେ ଉତ୍ସାହର ମାହୋଲ । ଜାନୁଆରୀ ୨୨ ଅର୍ଥାତ୍ ଆଉ ୨ ଦିନ ପରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଅବସରରେ ଅଯୋଧ୍ୟା ସମେତ ସାରା ଦେଶରେ ଦୀପାବଳି ପାଳନ କରାଯିବ । ଏହି ଭବ୍ୟ ସମାହୋର ପାଇଁ ଦେଶର ଅନେକ ରାଜ୍ୟରେ ଛୁଟି ଘୋଷଣା କରାଯାଇଛି ।

କେନ୍ଦ୍ର ସରକାର ୨୨ ଜାନୁଆରୀରେ କେନ୍ଦ୍ରୀୟ ଅନୁଷ୍ଠାନ ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀମାନଙ୍କୁ ଅଧା ଦିନ ଛୁଟି ଦେବାକୁ ଘୋଷଣା କରିଛନ୍ତି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ସେହି ଦିନ ଅପରାହ୍ନ 2:30 ରେ ଅଫିସ୍ ସମୟ ପୁନଃ ଆରମ୍ଭ ହେବ। ତେବେ ଚାଲନ୍ତୁ ଜାଣିବା ଏହି ଦିନ ବ୍ୟାଙ୍କ ବନ୍ଦ ରହିବ ନା ନାହିଁ ।

କେନ୍ଦ୍ର ସରକାର ମଧ୍ୟ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ ହାଫ୍‌ ଡେ ବା ଅଧା ଦିନ ଛୁଟି ଘୋଷଣା କରିଛନ୍ତି । ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ । ସେହିପରି ଦେଶର ସମସ୍ତ ସରକାରୀ ବ୍ୟାଙ୍କଗୁଡିକ ଅଧା ଦିନ ବନ୍ଦ ରହିବା ନେଇ ସୂଚନା ରହିଛି ।

Ram Mandir

ଅପରାହ୍ନ ୨.୩୦ ପରେ ବ୍ୟାଙ୍କୁଗଡିକ ଖୋଲିବ ହେଲେ ଜାନୁଆରୀ ୨୨ରେ ସମସ୍ତ ଘରୋଇ ବ୍ୟାଙ୍କଗୁଡିକ ଖୋଲା ରହିବ । ପୂରା ଦିନ ଘରୋଇ ବ୍ୟାଙ୍କ କାର୍ଯ୍ୟ ଜାରି ରହିବ । ଜାନୁଆରୀ ୨୨ରେ ଗୋଆରେ ସାଧାରଣ ଛୁଟି ବୋଲି ଘୋଷଣା କରିଛି । ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ସରକାରୀ ଛୁଟି ଘୋଷଣା କରାଯାଇଛି ।ଜାନୁଆରୀ ୨୨ରେ ହରିୟାଣାରେ ସାଧାରଣ ଛୁଟି ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବା ନେଇ ରାଜ୍ୟ ସରକାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+