ଆସୁଛି ଗଣେଶ ପୂଜା, ଦେଖନ୍ତୁ AI' ଦ୍ୱାରା ପ୍ରସ୍ତୁତ ବାଲ ଗଣେଶଙ୍କ ଫୋଟ
Ganesh Chaturthi 2024: AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଦ୍ୱାରା ଭଗବାନ ଗଣେଶଙ୍କର ପିଲାଦିନର ଅତି ସୁନ୍ଦର ଫଟୋ ପ୍ରସ୍ତୁତ କରାଯାଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଲୋକେ ବେଶ୍ ପସନ୍ଦ ଫଟୋ ଦେଖିବା ସହ ୟୁଜର୍ସ ଏହାକୁ ସେୟାର ମଧ୍ୟ କରୁଛନ୍ତି ।

ଗଣେଶ ପୂଜା 7 ସେପ୍ଟେମ୍ବର 2024 ଦିନ ପାଳନ କରାଯିବ, ଏହି ପର୍ବ 10 ଦିନ ଧରି ପାଳନ କରାଯାଏ । ପ୍ରତ୍ୟେକ ଘରେ ବାପ୍ପାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ । ଏବେ ଚାଲନ୍ତୁ ଦେଖିବା ଶିଶୁ ଅବତାରରେ ଭଗବାନ ଗଣେଶଙ୍କ ଚମତ୍କାର ଫଟୋ ଯାହା AI ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ଗଣେଶ କେମିତି ବନିଲେ ପ୍ରଥମ ପୂଜ୍ୟ ଦେବତା ?
ପୌରାଣିକ କଥାନୁସାରେ ଥରେ ବ୍ରହ୍ମା ପ୍ରଥମ ପୂଜ୍ୟ ଦେବତା କିଏ ହେବ ସେ ନେଇ ତର୍ଜମା କରିବାକୁ ମନସ୍ତ କରିଥିଲେ । ଏଥିପାଇଁ ସେ ସର୍ତ୍ତ ରଖିଥିଲେ, ଯିଏ ବି ପ୍ରଥମେ ପୃଥିବୀ ପରିକ୍ରମ କରି ଫେରିବ, ସେ ହିଁ ସାଜିବ ପ୍ରଥମ ପୂଜ୍ୟ ଦେବତା । ଏହାପରେ ସମସ୍ତ ଦେବତା ପୃଥିବୀ ଚାରିପଟେ ଘୁରିବୁଲିଥିଲେ ।
ହେଲେ ଗଣେଶ କେବଳ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଚାରିପଟେ ବୁଲିଆସିଲେ । ନିଜ ପିତାମାତାଙ୍କୁ ସେ ତିନିଲୋକ ସମାସ୍କନ୍ଦ ଭାବି କିଛି ଏପରି କରିଥିଲେ । ଏହା ଦେଖି ପ୍ରଭୁ ଶିବ ବେଶ ଖୁସୀ ହୋଇଥିଲେ । ଅନ୍ୟପଟେ ପ୍ରଭୁ ବ୍ରହ୍ମା ଗଣେଶଙ୍କ ବୁଦ୍ଧିରେ ପ୍ରସନ୍ନ ହୋଇ ତାଙ୍କୁ ପ୍ରଥମ ପୂଜ୍ୟ ଦେବତାର ମାନ୍ୟତା ଦେଇଥିଲେ ।












Click it and Unblock the Notifications