Swiggy UPI: ସ୍ୱିଗି ଆରମ୍ଭ କଲା UPI ସେବା, ଗ୍ରାହକଙ୍କୁ ମିଳିବ ଫାଏଦା
Swiggy UPI: ଜୋମାଟୋ ପରେ, ବର୍ତ୍ତମାନ ଖାଦ୍ୟ ବିତରଣ କମ୍ପାନୀ ସ୍ୱିଗି ମଧ୍ୟ UPI ସେବା ଆରମ୍ଭ କରିଛି । UPI ବଜାରରେ ଏବେ ନୂଆ ନୂଆ କମ୍ପାନୀ ଯୋଡି ହେଉଛି । ତେବେ ୟୁପିଆଇ ବଜାରରେ ନୂଆ ନୂଆ କମ୍ପାନୀ ଏଣ୍ଟ୍ରି କରିବା ଦ୍ୱାରା ଗୁଗୁଲ୍ ପେ ଏବଂ ଫୋନ୍ ପେ ପରି ବଡ଼ UPI ଆପରକୁ କ୍ଷତି ପହଞ୍ଚାଇପାରେ ।

ବର୍ତ୍ତମାନ ଖାଦ୍ୟ ବା ସ୍ୱିଗି ମାର୍ଟରୁ ଜିନିଷ କିଣିବା ପରେ ଆଉ ପେମେଣ୍ଟ କରିବା ପାଇଁ ତୃତୀୟ ପକ୍ଷ ଆପ ଉପରେ ନିର୍ଭର କରିବା ପାଇଁ ପଡିବ ନାହିଁ । କମ୍ପାନୀ କହିଛି ଯେ, ଏହି ସେବା ଆରମ୍ଭ କରିବା ଦ୍ୱାରା ଗ୍ରାହକଙ୍କୁ ମଧ୍ୟ ସୁବିଧା ମିଳିବ। ଗ୍ରାହକଙ୍କୁ ଅର୍ଡର ଦେବା ପରେ ପେମେଣ୍ଟ କରିବା ପାଇଁ ଅନ୍ୟ କୌଣସି ଆପ୍ ଖୋଲିବାକୁ ପଡିବ ନାହିଁ, ସ୍ୱିଗି ଆଶା ରହିଛି ଯେ, ଏହି ସେବା ଆରମ୍ଭ ହେବା ପରେ ପେମେଣ୍ଟ ଫେଲ୍ ହେବାର ମାମଲା ମଧ୍ୟ କମିଯିବ ।
ଏହାପୂର୍ବରୁ ଜୋମାଟୋ ମଧ୍ୟ ଏହାର UPI ସେବା ଆରମ୍ଭ କରିଥିଲା । ହେଲେ ସ୍ୱିଗିର ସର୍ଭିସ୍ ଜୋମାଟୋରୁ ଭିନ୍ନ । ଜୋମାଟୋର UPI ସେବା ଅନ୍ୟ ପେମେଣ୍ଟ ଆପ୍ ପରି । ଡିଜିଟାଲ୍ ପେମେଣ୍ଟ ଆପ୍ ଭାବରେ କାମ କରିବାକୁ ଏହା ଆରବିଆଇ ଦ୍ୱାରା ଅନୁମୋଦିତ ହୋଇଥିଲା ।
ତେବେ ସ୍ୱିଗି ଏହି ସେବା ସାଧାରଣ ଗ୍ରାହକଙ୍କ ପାଇଁ ଏପର୍ଯ୍ୟନ୍ତ ଆରମ୍ଭ କରିନାହିଁ । ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ଖାଦ୍ୟ ଯୋଗାଣ କମ୍ପାନୀ ଗ୍ରାହକଙ୍କ ପାଇଁ UPI ସେବା ଆରମ୍ଭ କରିବା ପୂର୍ବରୁ ଏହାର କର୍ମଚାରୀଙ୍କ ଦ୍ୱାରା ପ୍ରଥମେ ପରୀକ୍ଷା କରୁଛି । ସ୍ୱିଗି ଆସନ୍ତା କିଛି ମାସ ମଧ୍ୟରେ ଗ୍ରାହକଙ୍କୁ ପର୍ଯ୍ୟାୟକ୍ରମେ UPI ସେବା ପ୍ରଦାନ କରାଯବ ।
ଗୁଗୁଲ୍ ପେ ଏବଂ ଫୋନ୍ ପେ UPI ପେମେଣ୍ଟ ଆପ୍ ବଜାରରେ ବେଶ୍ ଚାହିଦା ରହିଛି । ଜାନୁଆରୀରେ ରିଜର୍ଭ ବ୍ୟାଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପରେ ତୃତୀୟ ବୃହତ୍ତମ କମ୍ପାନୀ ପେଟିଏମ୍ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ବଜାରରେ, ଗୁଗୁଲ୍ ପେ ଏବଂ ଫୋନ୍ ପେ ବ୍ୟତୀତ ପେଟିଏମ୍, ଜୋମାଟୋ, ଫ୍ଲିପକାର୍ଟ, ଗୋଏବିବୋ, ମେକ୍ ମାଇ ଟ୍ରିପ୍, ଟାଟା ନିୟୁ, କ୍ରେଡିଟ୍ ଭଳି ଆପ୍ ମଧ୍ୟ UPI ମାଧ୍ୟମରେ ଦେୟ ସୁବିଧା ଯୋଗାଉଛି ।












Click it and Unblock the Notifications