ଭୟଙ୍କର ରୂପ ନେଉଛି ଚାଇନା ନିମୋନିଆ: ଲାଗୁ ହୋଇପାରେ କୋଭିଡ୍ ପ୍ରୋଟକଲ
ନୂଆଦିଲ୍ଲୀ: ଚାଇନାରେ ପୁଣି ଅଜଣା ରୋଗର ଭୟ । କରୋନା ଏପରି ଏହା ମଧ୍ୟ ବ୍ୟାପିବାରେ ଲାଗିଛି । ଚାଇନାରେ ପିଲାଙ୍କୁ ବ୍ୟାପୁଛି ଭାଇରାଲ ଜ୍ୱର ଏବଂ ନିମୋନିଆ । ଯାହା ବର୍ତ୍ତମାନ ଭାରତ ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ଯାହାକୁ ନେଇ ଏବେ ଦେଶର ପୁଣି କୋଭିଡ୍ ପ୍ରୋଟକଲ ଲାଗୁ କରାଯାଇ ପାରେ ।
ଚାଇନାର ଜାତୀୟ ଇନ୍ଫ୍ଲୁଏଞ୍ଜା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ଦକ୍ଷିଣ ଏବଂ ଉତ୍ତର ପ୍ରାନ୍ତରେ ଏହି ଇନଫ୍ଲୁଏଞ୍ଜା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଥିରେ ଏ (H3N2) ସବ୍-ଟାଇପ୍ ସବୁଠାରୁ ଭୟଙ୍କର, ପରେ ବି (ଭିକ୍ଟୋରିଆ)ମଧ୍ୟ ଦୃତ ଗତିରେ ବ୍ୟାପିବାରେ ଲାଗିଛି ।

ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ, ସମସ୍ତ ଅସୁସ୍ଥ ଶିଶୁଙ୍କୁ ବେଜିଂ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, ହସ୍ପିଟାଲରେ 300 ରୁ ଅଧିକ ରୋଗୀ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଙ୍କ ସହ ଦେଖା ଦେଖା କରିବା ପାଇଁ ୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା। ଚାଇନା ଜାତୀୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଅକ୍ଟୋବର ମଧ୍ୟଭାଗରୁ ସାରା ଦେଶରେ ଶ୍ୱାସ ଜନିତ ରୋଗ ବୃଦ୍ଧି ପାଉଛି । ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚାଇନାକୁ ଅଧିକ ସୂଚନା ମାଗିବା ପରେ ଏହି ରୋଗ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା ।
The World Health Organization is asking China to provide information on an unexplained outbreak of respiratory illnesses and pneumonia, particularly in children. Hospitals in multiple cities are reportedly ‘overwhelmed’ ⤵️ pic.twitter.com/p2F2udG7mE
— Al Jazeera English (@AJEnglish) November 24, 2023
ଚାଇନାରେ ବର୍ତ୍ତମାନ ଭୟଙ୍କର ସ୍ଥିତି, ଡାକ୍ତରଖାନାର କିଛି ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରୁ ସେଠିକାର ସ୍ଥିତି କେତେ ଗମ୍ବିର ତାରା ଅନୁମାନ କରାଯାଇ ପାରୁଛି ।
NEW: Mystery pneumonia is sweeping over China causing people to overwhelm hospitals.
Just in time for the 2024 election.
Chinese officials are now encouraging people to wear masks, social distance and stay at home.
China’s health ministry is downplaying the sickness, saying… pic.twitter.com/TzDVH2XiqO
— Collin Rugg (@CollinRugg) November 27, 2023
ଚାଇନାରେ ଏପରି ସ୍ଥିତି ଦେଖାବା ପରେ ମହାରଷ୍ଟ୍ର ସରକାର ରାଜ୍ୟରେ କୋଭିଡ୍ ପ୍ରୋଟକଲ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ହରିୟାଣା, ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟର, ଉତ୍ତରାଖଣ୍ତ ଏବଂ ତାମିଲନାଡୁ ସରକାର ମଧ୍ୟ ରାଜ୍ୟେରା ସତର୍କତା ଜାରି କରିଛନ୍ତି । ଶ୍ୱାସ ରୋଗରେ ପୀତିତଙ୍କୁ ସଠିକ୍ ଭାବେ ଯାଞ୍ଚ କରିବାକୁ ସମସ୍ତ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସମସ୍ତ ରୋଗୀଙ୍କ ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଇବା ପାଇଁ କୁହାଯାଇଛି ।
ସେପଟେ କର୍ଣ୍ଣାଟକ ସରକାର ରାଜ୍ୟବାସୀଙ୍କୁ ଏହି ପ୍ଲୁକୁ ନେଇ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ରୋଗୀଙ୍କ ନିକଟରେ ପ୍ଲୁର ଲକ୍ଷଣ ଦେଖାଦାଉଛି ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ଏବଂ କାଶ, ଛିଙ୍କ ସମୟରେ ବାରମ୍ବାର ହାତ ଏବଂ ମୁହଁ ଧୋଇବା ପାଇଁ କୁହାଯାଇଛି । ସେହପିରି କିଥି ଗୁରୁତ୍ୱପୂର୍ଣ୍ଣି ଗାଇଡଲାଇନ୍ ଫଲୋ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା ସହ ଗହଳି ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications