୭୦ ବର୍ଷ ପରେ ଭାରତ ଆସିବେ ଆଫ୍ରିକୀୟ ଚିତାବାଘ
Madhya Pradesh:୭୦ ବର୍ଷ ପରେ ଭାରତ ଆସିବେ ଆଫ୍ରିକୀୟ ଚିତା । African Cheetah Will Be Brought To India After 70 Years
ନୂଆଦିଲ୍ଲୀ: ୭୦ ବର୍ଷ ପରେ ଭାରତ ଆସିବେ ଆଫ୍ରିକୀୟ ଚିତା । ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହା ସହ ସେ ଫଟୋ ମଧ୍ୟ ସେୟାର କରିଛନ୍ତି । ଭାରତ ଆସିବା ପୂର୍ବରୁ ଚିତାବାଘର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି ।

ବିଶ୍ୱର ସବୁଠୁ ଦ୍ରୁତ ଗତିରେ ଦୌଡୁଥିବା ଜୀବ ହେଇଛି ଚିତାବାଘ । ଆଫ୍ରିକାରେ ଏହି ଜୀବ ଅଧିକ ସଂଖ୍ୟାରେ ଦେଖିବା ପାଇଁ ମିଳିଥାଏ । ଦୀର୍ଘ ୭୦ ବର୍ଷ ପରେ ପୁଣି ଭାରତ ଆସୁଛି ଆଫ୍ରିକୀୟ ଚିତା । ଶିକାର କରିବାରେ ମାହିର୍ ଏହି ପଶୁ ଏବେ ମଧ୍ୟପ୍ରଦେଶର ସ୍ୟୋପୁର ଜିଲ୍ଲାରେ ୨୦୦ ବର୍ଷ ପୂରୁଣା କୁନୋ ଜାତୀୟ ଉଦ୍ୟାନରେ ଦେଖିବା ପାଇଁ ମିଳିବ । ଗତ ଜୁଲାଇ ୨୦ରେ ଭାରତ ସରକାର ଓ ନାମିବ୍ୟା ମଧ୍ୟରେ ଏହି ଚୁକ୍ତି ହୋଇଥିଲା ।
ଚିତାଙ୍କ ଫଟୋ ନାମିବ୍ୟାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ପୋଷ୍ଟ୍ କରାଯାଇଛି । ଏହିପୋଷ୍ଟରେ ଲେଖାଯାଇଛି ଯେ, ସ୍ୱାଧିନତା ଦିବସ ଅବସରରେ କୁନୋ ଜାତୀୟ ଉଦ୍ୟାନକୁ ଚିତାବାଘ ଆସିବା ପାଇଁ ଯାଉଛି । ଏହାପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେଉଛି । ଡାକ୍ତର ଲରିଙ୍କ ନେତୃତ୍ୱରେ ଟିମ୍ ଚିତାବାଘଙ୍କ ଯାଞ୍ଚ କରିଥିଲା । ଏଥିପାଇଁ ନାମିବ୍ୟା ପରିବେଶ ବିଭାଗକୁ ଭାରତୀୟ ଦୂତାବାସ ପକ୍ଷରୁ ଧନ୍ୟବାଦ ମଧ୍ୟ ଜଣାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମଧ୍ୟ ବିଶେଷଜ୍ଞ ଟିମକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଏହା ବନ୍ୟଜୀବ ସଂରକ୍ଷଣ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ମଧ୍ୟପ୍ରଦେଶ ପ୍ରସ୍ତୁତ ଅଛି ଏବଂ ଚିତାଙ୍କ ଆଗମନକୁ ଉତ୍ସାହର ସହ ଆପେକ୍ଷା କରିଛି ।
Warm Greetings to team @CCFCheetah and everyone involved in the first-ever intercontinental translocation of Cheetahs. It is a momentous event in the history of wildlife conservation.
Madhya Pradesh is prepared and eagerly waiting for their arrival. https://t.co/Vdvr2YPCHq
— Shivraj Singh Chouhan (@ChouhanShivraj) August 15, 2022
ବର୍ତ୍ତମାନ ସମୟରେ ଏହି ଜୀବ ମୁଖ୍ୟତଃ ପୂର୍ବ ଆଫ୍ରିକା, ଦକ୍ଷିଣ ଆଫ୍ରିକା ଓ ଇରାନର କେତେକ ସ୍ଥାନରେ ଦେଖିବା ପାଇଁ ମିଳନ୍ତି । ଦକ୍ଷିଣ ଆଫ୍ରିକୀୟ ଚିତାବାଘଙ୍କ ସଂଖ୍ୟା ବର୍ତ୍ତମାନ ସର୍ବାଧିକ । ଏମାନେ ନାମିବ୍ୟା, ବୋତ୍ସୱାନା, ଜିମ୍ବାୱେ, ଦକ୍ଷିଣ ଆଫ୍ରିକା, ମୋଜାମ୍ବିକ୍ ଓ ଜାମ୍ବିଆରେ ମଧ୍ୟ ନଜର ଆସନ୍ତି । ଦକ୍ଷିଣ ଆଫ୍ରିକାରେ ଲେସୋଥୋ ଏବଂ କଙ୍ଗୋ-କିନସାସା ପରି ଦେଶରୁ ଏହି ଜୀବ ଲୋପ ପାଇବା ପାଇଁ ବସିଲାଣି ।












Click it and Unblock the Notifications