Earthquake: ଭୂକମ୍ପରେ ଥରିଲା ଉତ୍ତର ଭାରତ, ଆଫଗାନିସ୍ତାନରେ ୧୦ ମୃତ
ଆଫଗାନିସ୍ତାନ, ପାକିସ୍ତାନ ଏବଂ ଭାରତରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନରେ ଭୂକମ୍ପରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ପାକିସ୍ତାନରେ ଭୂକମ୍ପ ଯୋଗୁଁ ୨ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି ।

Earthquake: ମଙ୍ଗଳବାର ରାତିରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ରେକର୍ଡ କରାଯାଇଛି । ଆଫଗାନିସ୍ତାନ, ପାକିସ୍ତାନ ଏବଂ ଭାରତରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।
ପାକିସ୍ତାନ ଏବଂ ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପ ଯୋଗୁଁ ମଧ୍ୟ ବହୁତ କ୍ଷୟ କ୍ଷତି ହୋଇଛି। ଆଫଗାନିସ୍ତାନରେ ଭୂକମ୍ପରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ପାକିସ୍ତାନରେ ଭୂକମ୍ପ ଯୋଗୁଁ ୨ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଟୋଲୋ ନ୍ୟୁଜ୍ ରିପୋର୍ଟ ଅନୁସାରେ, ପାକିସ୍ତାନରେ ୧୬୦ ଜଣ ଆହତ ହୋଇଛନ୍ତି ।
ଆଫଗାନିସ୍ତାନରେ କାର୍ଯ୍ୟକାରୀ ମନ୍ତ୍ରୀ ସିରଜାଉଦ୍ଦିନ ହକକାନି ଦେଶର ସମସ୍ତ ୩୪ ଟି ପ୍ରଦେଶର ରାଜ୍ୟପାଳ ତଥା ପୋଲିସକୁ ଭୂକମ୍ପରେ ପ୍ରଭାବିତ ସମସ୍ତଙ୍କ ସହ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଥାଉ ଯେ, ଆଫଗାନିସ୍ତାନର ରାଜଧାନୀ କାବୁଲରେ ତଥା ଇସଲାମାବାଦ ଏବଂ ଲାହୋର ସମେତ ଅନେକ ପାକିସ୍ତାନୀ ସହରରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । 'ଏକ୍ସପ୍ରେସ ଟ୍ରିବ୍ୟୁନ୍' ରିପୋର୍ଟ ଅନୁସାରେ, ପାକିସ୍ତାନରେ ପାଖ୍ଟନଖୱା ଅଞ୍ଚଳରେ ଏକ ଘର ଭୁଶୁଡ଼ିବା ପରେ ଗୋଟିଏ ପରିବାରର ୫ ସଦସ୍ୟ ଆହତ ହୋଇଛନ୍ତି ।
ସେହିପରି ଦିଲ୍ଲୀ- ଏନସିଆର ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଲୋକେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି । ଦେଶର ରାଜଧାନୀ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ରେକର୍ଡ କରାଯାଇଛି । ସବୁଠୁ ଅଧିକ ଜମ୍ମୁ-କଶ୍ମୀରରେ ଭୂମିକମ୍ପ ଅମୁଭବ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣାପଡ଼ିଛି । ତେବେ ଏହି ଭୂକମ୍ପରେ ଭାରତରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।
ହରିୟାଣା, ପଞ୍ଜାବ, ରାଜସ୍ଥାନ, ଜାମ୍ମୁ କାଶ୍ମୀରରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଭୂକମ୍ପ ପରେ ତୁରନ୍ତ ଜାମ୍ମୁର କିଛି ଅଞ୍ଚଳର ମୋବାଇଲ୍ ସେବା ବ୍ୟାହତ ହୋଇଛି । ସେହିପରି ଉତ୍ତରାଖଣ୍ଡ ଏବଂ ଚାମୋଲି ସମେତ ଉତ୍ତରାଖଣ୍ଡର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି ।












Click it and Unblock the Notifications