ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ କଟକଣା ଜାରି
Independence Day 2024: ଦେଶର ରାଜଧାନୀରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଥିବା ପରେଡ ପୂର୍ବରୁ 13 ଅଗଷ୍ଟରେ ଫୁଲ୍ ଡ୍ରେସ ରିହର୍ସଲ ହୋଇଯାଇଛି । ଅଗଷ୍ଟ 15 ରେ ଅନ୍ତିମ ପରେଡ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଗୁରୁଗ୍ରାମରୁ ଦିଲ୍ଲୀ ଆଡକୁ ଆସୁଥିବା ଗାଡ଼ିଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।

ଅଗଷ୍ଟ 15 ପୂର୍ବରୁ କେବଳ ବିମାନବନ୍ଦରକୁ ଯାଉଥିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ଅନୁମତି ଦିଆଯିବ । କେବଳ ଦୁଗ୍ଧ, ଫଳ, ପନିପରିବା, ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ୍ ଇତ୍ୟାଦି ଏହି ମାର୍ଗ ଦେଇ ଯିବାକୁ ଅନୁମତି ଦିଆଯିବ । ଗୁରୁଗ୍ରାମରେ ଟ୍ରାଫିକ୍ ଜାମ୍ ଯେପରି ନହୁଏ ସେଥି ପ୍ରତି ପୁରା ଧ୍ୟାନ ଦିଆଯିବ । ଦିଲ୍ଲୀ ଟ୍ରାଫିକ ପୋଲିସର ସୂଚନାନୁସାରେ, 14 ଅଗଷ୍ଟ ଦିନ ଅପରାହ୍ନ 5 ଟାରୁ 15 ଅଗଷ୍ଟ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ଦିଲ୍ଲୀ ସୀମା ମଧ୍ୟରେ ପ୍ରବେଶ ନିଷେଧ ହେବ ।
ଏହି ଅବଧି ମଧ୍ୟରେ, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନଗୁଡିକ ଯିବା ପାଇଁ ଅନୁମତି ଦିଆଯିବ । ଏହା ସହିତ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ଗାଡି ଚଳାଇବାକୁ ଅନୁମତି ରହିଛି । ଅଗଷ୍ଟ 15 ଅବସରରେ କିଛି ସ୍ଥାନକୁ ନଯିବା ପାଇଁ ଦିଲ୍ଲୀ ପୋଲିସ ଲୋକଙ୍କୁ ନିବେଦନ କରିଛି।
ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ନେଟାଜୀ ସୁଭାଷ ମାର୍ଗ, ଲୋଥିଏଲ ମାର୍ଗ, ଏସପି ମୁଖାର୍ଜୀ ମାର୍ଗ, ଚାନ୍ଦନୀ ଚୌକ୍ ରୋଡ୍, ନିଶାଦ ରାଜ ମାର୍ଗ, ଲିଙ୍କ୍ ରୋଡ୍, ରାଜଘାଟ ଆଦି ସ୍ଥାନକୁ ନ ଯିବା ପାଇଁ ସୂଚନା ଜାରି କରାଯାଇଛି । ଏହା ସହିତ, ISBT ରୁ IP ଫ୍ଲାଏ ଓଭର ବନ୍ଦ ରହିବ । ସେହିପରି ରେଡଫୋର୍ଟ ନିକଟରେ ଟ୍ରିଫିକ୍ ଜାମ୍ ରହିବ । ସ୍ୱାଧୀନତା ଦିବସ ଅବସରରେ ଅନେକ ପ୍ରମୁଖ ରାସ୍ତା ବନ୍ଦ ରହିବ ।












Click it and Unblock the Notifications