ଯୁକ୍ତ ଦୁଇ କଲେଜ ପାଇଁ ପୁଣି ହେବ ନାମଲେଖା

ଯୁକ୍ତ ଦୁଇ କଲେଜର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଖାଲି ପଡିଥିବା ସିଟ୍ ପୂରଣ ଲାଗି ପୁଣି ନାମଲେଖା ହେବ । । ନଭେମ୍ବର 5ରୁ 19 ତାରିଖ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ ।

ଭୁବନେଶ୍ୱର : ଯୁକ୍ତ ଦୁଇ କଲେଜର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଖାଲି ପଡିଥିବା ସିଟ୍ ପୂରଣ ଲାଗି ପୁଣି ନାମଲେଖା ହେବ । ଖାଲି ପଡିଥିବା ପ୍ରାୟ ଏକ ଲକ୍ଷ 25 ହଜାର 407 ସିଟ ପୂରଣ ଲାଗି ଆଉ ଏକ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । ନଭେମ୍ବର 5ରୁ 19 ତାରିଖ ପର୍ଯ୍ୟନ୍ତ ଯୋଗ୍ୟ ଛାତ୍ରଛାତ୍ରୀମାନେ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ ।

ସିଏଚଏସଇ

23 ତାରିଖ ଅପରାହ୍ନ 2ଟାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । 24ରୁ 27 ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ଏହି ସମୟ ମଧ୍ୟରେ କେତେ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେନେଇ 28 ତାରିଖ ଅପରାହ୍ନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଇ-ସ୍ପେଶରେ ଉଲ୍ଲେଖ କରାଯିବ । ଡିସେମ୍ବର 3ରେ ସ୍ପଟ୍ ଚୟନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଡିସେମ୍ବର 3 ଓ 4ରେ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିପାରିବେ । ଡିସେମ୍ବର ପାଂଚ ତାରିଖରେ ଛାତ୍ରଛାତ୍ରୀମାନଙ୍କର ସ୍ପଟ ନାମଲେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଆବେଦନକାରୀ ଛାତ୍ରଛାତ୍ରୀମାନେ ବାର୍ଷିକ କିମ୍ବା ସପ୍ଲିମେଣ୍ଟାରି ମାଟ୍ରିକ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ । ଯେଉଁ କଲେଜରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ ସେହି କଲେଜରର ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ଉକ୍ତ ଛାତ୍ରଛାତ୍ରୀଙ୍କ ମାର୍କ ସହ ସମାନ ଥିବ କିମ୍ବା ଅଧିକ ରହିଥିବ । ଛାତ୍ରଛାତ୍ରୀମାନେ କେବଳ ଅନଲାଇନ ମାଧ୍ୟମରେ ସିଏଏପ୍ ଫି ଦାଖଲ କରିପାରିବେ ବୋଲି କୁହାଯାଇଛି । ଏସଏମଏସ, ସାମସ୍ସ ଲଗଇନ୍ ଓ ଯୁକ୍ତ 2 କଲେଜ ନୋଟିସ୍ ବୋର୍ଡରେ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ । ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଆବେଦନ କରି ଯଦି କୌଣସି ଛାତ୍ରଛାତ୍ରୀ କଲେଜ୍ ସିଟ୍ ପାଇ ନଥିବେ ତେବେ ସେମାନେ ପୁରୁଣା ଲଗ୍ ମାଧ୍ୟମରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+