ଆଦର ପୁନାୱାଲା କିଣିବେ ଧର୍ମା ପ୍ରଡକ୍ସନର ଶେୟାର

Adar Poonawalla: ଆଦର ପୁନାୱାଲା କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସର 1000 କୋଟିରେ ଅଂଶ କିଣିବାକୁ ଯାଉଛନ୍ତି । କୋଭିଡ ଟିକା ପ୍ରସ୍ତୁତ କରୁଥିବା ଏକ ଜଣାଶୁଣା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟର ମାଲିକ ଆଦର ପୁନାୱାଲା ବର୍ତ୍ତମାନ ପୁଣି ଚର୍ଚ୍ଚାରେ ରହିଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ର ସିଇଓ ଆଦର ପୁନାୱାଲା ବର୍ତ୍ତମାନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ନିର୍ମାତା କରଣ ଜୋହରଙ୍କ ସହ ହାତ ମିଳାଉଛନ୍ତି। ପ୍ରକାଶ ଯେ, ଆଦର ପୁନାୱାଲାଙ୍କ କମ୍ପାନୀ ସେରେନ୍ ପ୍ରଡକ୍ସନ୍ସ ଧର୍ମ ପ୍ରଡକ୍ସନ୍ସ ପ୍ରାଇଭେଟ ଲିମିଟେଡର 50 ପ୍ରତିଶତ ଅଂଶଧନକୁ 1000 କୋଟିରେ କିଣିବାକୁ ଯାଉଛି।

ସୂଚନା ଅନୁସାରେ, କରଣ ଜୋହରଙ୍କ ପାଖରେ ଧର୍ମା ପ୍ରଡକ୍ସନର ବାକି 50 ପ୍ରତିଶତ ଭାଗ ରହିବ । ସେ କମ୍ପାନୀର ଏକଜୁକୁଟିଭ୍ ଚେୟାରମ୍ୟାନ ହେବାକୁ ଯାଉଛନ୍ତି । ସେଗିପରି ଅପୂର୍ବ ମେହତା କମ୍ପାନୀର ଚିଫ୍ ଏଗଜୁକୁଟିଭ ଅଫିସର ହେବେ ।

Adar Poonawalla


ଧର୍ମା ପ୍ରଡକ୍ସନ୍ସ 1997 ମସିହାରେ ୟଶ ଜୋହରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ କରଣ ଜୋହର 2004 ମସିହାରେ କମ୍ପାନୀର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଫିଲ୍ମ ପ୍ରଡକ୍ସନ୍ ଅନେକ ବ୍ଲକବଷ୍ଟର ହିଟ୍ ଦେଇଛି ।

ଆଦର ପୁନାୱାଲା ଦ୍ୱାରା ପରିଚାଳିତ ସିରିନ୍ ପ୍ରଡକ୍ସନ୍ସ ଏବଂ ଧର୍ମ ପ୍ରଡକ୍ସନ୍ସ ବର୍ତ୍ତମାନ ମିଳିତ ଭାବରେ କାମ କରିବ । ଆଦର ପୁନାୱାଲାଙ୍କ ସିରିନ୍ ପ୍ରଡକ୍ସନ୍ସର ମୂଲ୍ୟାଙ୍କନ ଅନୁଯାୟୀ ଧର୍ମ ପ୍ରଡକ୍ସନ୍ସର ମୂଲ୍ୟ 2000 କୋଟି ଟଙ୍କା ଅଟେ। ଏହି ପରିପ୍ରେକ୍ଷୀରେ, ଆଦର ପୁନାୱାଲା ଧର୍ମ ପ୍ରଡକ୍ସନର 50 ପ୍ରତିଶତ ଅଂଶ 1000 କୋଟିରେ କିଣିଛନ୍ତି। କରଣ ଜୋହର ଆଦର ପୁନାୱାଲା ଏବଂ ତାଙ୍କ ପତ୍ନୀ ନତାଶା ପୁନାୱାଲାଙ୍କର ଅତି ଘନିଷ୍ଠ ବନ୍ଧୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+