ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ଜେସିବିରେ ହସ୍ପିଟାଲ ଗଲେ ରୋଗୀ
ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ଜେସିବିରେ ହସ୍ପିଟାଲ ଗଲେ ରୋଗୀ
ମଧ୍ୟପ୍ରଦେଶ: ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ଜେସିବିରେ ହସ୍ପିଟାଲ ଗଲେ ରୋଗୀ । ଦୁର୍ଘଟଣା ପରେ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ ବ୍ୟକ୍ତି । ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶ କଟନୀରେ । ଯାହା ପରେ ସ୍ୱାସ୍ଥ୍ୟସେବାକୁ ତୀବ୍ର ନିନ୍ଦା କରାଯାଉଛି ।

ସୂଚନା ଅନୁସାରେ କଟନୀ ଜିଲ୍ଲାର ଖତୌଲୀଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ବ୍ୟକ୍ତିଙ୍କୁ ଡାକ୍ତରଖାନ ନେବା ପାଇଁ ଆମ୍ବୁଲାନ୍ସ ଆବଶ୍ୟକତା ପଡିଥିଲା । ହେଲେ ୩୦ ମିନିଟ୍ ବିତି ଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିନଥିଲା ଆମ୍ବୁଲାନ୍ସ । ଯାହା ପରେ ଜଣେ ଜେସିବି ଡ୍ରାଇଭର ଓ ସେଠାରେ ଉପସ୍ଥିତ ଲୋକେ ଆହତ ବ୍ୟକ୍ତିଙ୍କୁ ଜେସିବିରେ ଡାକ୍ତରଖାନାରେ ପହଁଚାଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ପରେ ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।
#WATCH | Madhya Pradesh: Accident victim in Katni taken to hospital in a JCB as the ambulance got late in arriving at the accident spot (13.09) pic.twitter.com/f2qcMvUmcV
— ANI MP/CG/Rajasthan (@ANI_MP_CG_RJ) September 14, 2022
ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶ କଟନୀ ଜିଲ୍ଲା ଡାକ୍ତରଖାନାରେ ଲକ୍ଷ ଲକ୍ଷ ଟଙ୍କାର ଆମ୍ବୁଲାନ୍ସ ପଡି ରହିଛି । କିନ୍ତୁ ଆବଶ୍ୟକ ସମୟରେ ଏହା କାମରେ ଆସୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।












Click it and Unblock the Notifications