ଏହି ତାରିଖ ସୁଦ୍ଧା ମାଗଣାରେ ଅପଡେଟ କରିନିଅନ୍ତୁ ନିଜ ଆଧାର କାର୍ଡ
Update Aadhar: ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ କେନ୍ଦ୍ର ସରକାର ସମୟସୀମା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଆପଣ 14 ଜୁନ୍ ପର୍ଯ୍ୟନ୍ତ ମାଗଣାକେ ଆଧାର କାର୍ଡ ଅପଡେଟ୍ କରି ପାରିବେ । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ UIDAI ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଏହି ମାଗଣା ସେବା କେବଳ myAadhaar ପୋର୍ଟାଲରେ ଅନଲାଇନରେ ହିଁ କରିପାରିବେ । ଯଦି ଆପଣ ଆଧାର କେନ୍ଦ୍ରକୁ ଯାଇ ଅପଡେଟ୍ କରିବେ ତେବେ ଏଥିପାଇଁ ଆପଣଙ୍କୁ ୫୦ ଟଙ୍କା ଦେବା ପାଇଁ ପଡିବ ।

UIDAI ଲୋକମାନଙ୍କୁ ସେମାନଙ୍କର ଡକ୍ୟୁମେଣ୍ଟ୍ ଅପଡେଟ୍ କରିବାକୁ ପୂର୍ଣ୍ଣ ସୁଯୋଗ ଦେଉଛି । ଆଧାର ହେଉଛି ଏକ 12 ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ID ନମ୍ବର । ଏଥିରେ ଭାରତୀୟମାନଙ୍କର ବାୟୋମେଟ୍ରିକ୍ ଏବଂ ଜନସଂଖ୍ୟାଗତ ପରିଚୟ ବିଷୟରେ ସୂଚନା ରହିଛି । ଯାହା ଦ୍ୱାରା କୌଣସି ବ୍ୟକ୍ତି ମିଥ୍ୟା ପରିଚୟ ପତ୍ର ତିଆରି କରିପାରିବ ନାହିଁ । କୌଣସି ନାଗରିକର ବାୟୋମେଟ୍ରିକ୍ ସୂଚନା ଅନ୍ୟର ତଥ୍ୟ ସହିତ ମେଳ ହୋଇପାରିବ ନାହିଁ, ତେଣୁ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ।
ଏହାର ସାହାଯ୍ୟରେ ନକଲି ପରିଚୟର ସମସ୍ୟା ଦେଶରୁ ଦୂର ହୋଇପାରିଛି । ଯେଉଁମାନଙ୍କ ଆଧାରକାର୍ଡ଼ 10 କିମ୍ବା ତାହାଠାରୁ ଅଧିକ ବର୍ଷ ଧରି ଅପଡେଟ୍ କରିନାହାଁନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ଜାରି କରାଯାଇଥିଲା । ୟୁଆଇଡିଏଆଇ ୱେବ୍ସାଇଟ୍ ରିପୋର୍ଟ ଅନୁସାରେ, ଡେମୋଗ୍ରାଫିକ୍ ତଥ୍ୟର ସଠିକ୍ ସୂଚନା ପାଇଁ ଆଧାର କାର୍ଡ ଅପଡେଟ୍ କରିବାକୁ ସୂଚନା ଦିଆଯାଇଥିଲା । ଏହାକୁ ଅପଡେଟ୍ କରିବା ପାଇଁ ପରିଚୟ ଏବଂ ଠିକଣା ପ୍ରମାଣ ଅପଲୋଡ କରିବାକୁ କୁହାଯାଇଥିଲା । ଏସବୁ ତଥ୍ୟକୁ ୟୁଆଇଡିଏଆଇ ୱେବ୍ସାଇଟ୍ରେ ମାଗଣାରେ ଅପଡେଟ କରିପାରିବେ । ଏହି ଅପଡେଟ୍ ନିଜେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରେ କରିପାରିବେ ।
#UIDAI extends free online document upload facility till 14th June 2024; to benefit millions of Aadhaar holders.
— Aadhaar (@UIDAI) March 12, 2024
This free service is available only on the #myAadhaar portal. UIDAI has been encouraging people to keep documents updated in their #Aadhaar pic.twitter.com/eaSvSWLvvt
myAadhaar ପୋର୍ଟାଲ୍ https://myaadhaar.uidai.gov.in/ ମାଧ୍ୟମରେ ଡକ୍ୟୁମେଣ୍ଟ୍ ଅପଡେଟ୍ କରିରପାରିବେ । ମାଗଣା ଅପଡେଟ୍ https://myaadhaar.uidai.gov.inରେ ଅନଲାଇନରେ କରାଯାଇପାରିବ ଏବଂ CSCରେ ଫିଜିକାଲ ଅପଡେଟ୍ ପାଇଁ ପୂର୍ବ ପରି 25 ଟଙ୍କା ଶୁଳ୍କ ଆଦାୟ କରାଯିବ ।












Click it and Unblock the Notifications