ବିବାହ ବନ୍ଧନରେ ବାନ୍ଧିହେଲେ କୋଲକତାର ଏକ ସମଲିଙ୍ଗୀ ଦମ୍ପତି

ବିବାହ ବନ୍ଧନରେ ବାନ୍ଧିହେଲେ କୋଲକତାର ଏକ ସମଲିଙ୍ଗୀ ଦମ୍ପତି

କୋଲକତା: ବିବାହ ବନ୍ଧନରେ ବନ୍ଧିହେଲେ କୋଲକତାର ଏକ ସମଲିଙ୍ଗୀ ଦମ୍ପତି । ଆଜି ସକାଳୁ ଉଭୟଙ୍କର ବିହାକୁ ନେଇ ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା ।ଖୁବ ଧୂମଧାମରେ ପରିବାରର ସଦସ୍ୟ ଓ କିଛି ବନ୍ଧୁଙ୍କ ଉପସ୍ଥିତିରେ ସାରା ଜୀବନ ପାଇଁ ପରସ୍ପରର ହାତ ଧରିଛନ୍ତି ଅଭିଷେକ ଓ ଚୈତନ୍ୟ । ଉଭୟଙ୍କ ବିବାହର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

ମେହନ୍ଦୀ ଓ ହଳଦୀରେ ଚାରଚାନ୍ଦ ଲଗାଇଥିଲା ଉଭୟଙ୍କର ଖୁସି । ପରିବାର ଲୋକେ ମଧ୍ୟ ଖୁସି ନଜର ଆସୁଥିଲେ । ତେବେ ଅଭିଷେକ ହେଉଛନ୍ତି କୋଲକତାର ଜଣେ ଡିଜାଇନର୍ । ଯେ ତାଙ୍କର ପୁରୁଷ ବନ୍ଧୁ ଚୈତନ୍ୟଙ୍କୁ ଅନେକ ଦିନ ଡେଟ୍ କରିବା ପରେ ଶେଷରେ ବିବାହ କରିଛନ୍ତି ।ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ କୋଲକତାର ଏକ ପାଞ୍ଚ ତାରକା ହୋଟେଲରେ ଅନୁଷ୍ଠିତ ହୋଛି । ଦୁଇ ପରିବାର ବେଶ ଖୁସିରେ ଏହି ଦମ୍ପିତ୍ତିଙ୍କୁ ଆଶୀର୍ବାଦ ଦେଇଛନ୍ତି । ଏହି ସମଲିଙ୍ଗୀ ଦମ୍ପତ୍ତିଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ସୋସିଆଲ ମିଡିଆରେ ଲୋକେ ଅଭିଷେକ ଓ ଚୈତନ୍ୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ତେବେ ଭାରତରେ ପ୍ରଥମ ସମଲିଙ୍ଗୀ ବିବାହ ୨୦୧୭ରେ ହୋଇଥିଲା ।

KOLLKATA
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+