୮୫ ବିମାନକୁ ବୋମା ଧମକ ମିଳିଛି, ଯାତ୍ରୀଙ୍କ ମଧ୍ୟରେ ଖେଳି ଯାଇଛି ଭୟର ବାତାବରଣ
Flights Bomb Threats: ୮୫ ବିମାନକୁ ବୋମା ଧମକ ମିଳିଛି । ଏଥର ଇଣ୍ତିଗୋ, ଏୟାର ଇଣ୍ତିଆ, ଭିସ୍ତାରା ଏବଂ ଏୟାର ଆକାସକୁ ବୋମା ବିସ୍ଫୋରଣର ଧମକ ମିଳିଛି । ତେବେ ଏୟାର ଇଣ୍ଡିଆର ୨୦ଟି ବିମାନ, ଇଣ୍ଡିଗୋର ୨୦ ଟି, ଭିସ୍ତାର ୨୦ ଟି ଏବଂ ଆକାସର ୨୫ ଟି ବିମାନକୁ ଧମକ ମିଳିଛି ।

ଏହି ଧମକ ମିଳିବା ପରେ ଆକାସା ଏୟାର ମୁଖପାତ୍ରଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଆକାସା ଏୟାର ମୁଖପାତ୍ର କହିଛନ୍ତି ଯେ, ୨୪ ଅକ୍ଟୋବର ୨୦୨୪ରେ କାର୍ଯ୍ୟ କରିବାକୁ ସ୍ଥିର ହୋଇଥିବା ଆମର କିଛି ବିମାନ ଆଜି ସୁରକ୍ଷା ଆଲର୍ଟ ପାଇଛି। ଆକାସା ଏୟାର ଏମରଜେନ୍ସି ଟିମ୍ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସୁରକ୍ଷା ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛନ୍ତି।
ଖବର ଅନୁସାରେ, ଗତ ଆଠ ଦିନ ମଧ୍ୟରେ 90 ରୁ ଅଧିକ ବିମାନକୁ ବୋମା ଧମକ ମିଳିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ବେଙ୍ଗାଲୁରୁ ଅଭିମୁଖେ ଆକାସା ବିମାନକୁ ଟାର୍ଗେଟ କରି ଅକ୍ଟୋବର 16 ରେ ପ୍ରଥମ ଧମକ ଦିଆଯାଇଥିଲା। ଏହି ଘଟଣା ଯୋଗୁଁ ବିମାନଟି 180 ରୁ ଅଧିକ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଫେରିଯାଇଥିଲା । ଦିଲ୍ଲୀ ପୋଲିସର ସାଇବର ସେଲ୍ ବିମାନ ସହିତ ଜଡିତ କୌଣସି ବିପଦ ପାଇଁ X ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କାର୍ଯ୍ୟକଳାପ ଉପରେ ନଜର ରଖିଛି ।
ବୋମା ଧମକ ପରେ ଝାରସୁଗୁଡ଼ା ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ କରାଯାଇଛି ସେହିପରି ଭବନେଶ୍ୱର ବିମାନ ବନ୍ଦରରେ ଆତଙ୍କ ସୃଷ୍ଟି ହୋଇଛି । ବେଙ୍ଗାଲୁରୁ-ଝାରସୁଗୁଡ଼ା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିଲା ଯାହା ପରେ ବିମାନଟି ଝାରସୁଗୁଡ଼ାରେ ଓହ୍ଲାଇବା ପରେ ଯାଞ୍ଚ କରାଯାଇଥିଲା ହେଲେ ବୋମା ମିଳିନଥିଲା ।












Click it and Unblock the Notifications