ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ 5T ସଚିବ, ଭଲି ବଲ ବି ଖେଳିଲେ
ଆଜି କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ । ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ବି ସେମାନଙ୍କ ସହ ଗସ୍ତରେ ସାମିଲ ରହିଛନ୍ତି ।
କେନ୍ଦୁଝର: ଆଜି କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ । ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ବି ସେମାନଙ୍କ ସହ ଗସ୍ତରେ ସାମିଲ ରହିଛନ୍ତି । ପ୍ରଥମେ ବାସୁଦେବପୁର ନିକଟରେ ଥିବା କାନପୁରର ବୃହତ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିବା ପରେ ଜଳ ସମ୍ପଦ ବିଭାଗ ଡାକ ବଙ୍ଗଳାରେ ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରିତାକୁ ନେଇ ସମୀକ୍ଷା କରିଥିଲେ।

ଏହାପରେ ସ୍କୁଲ ରୂପାନ୍ତରଣ ପରେ କେମିତି ଚାଲିଛି ପାଠପଢା, ତା'ର ତଦାରଖ ପାଇଁ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ 5T ସଚିବ । ଏହା ସହିତ ଛାତ୍ରୀମାନଙ୍କ ସହିତ ଖେଳିଥିଲେ ଏବଂ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ 5T ସଚିବ ।

ସୂଚନାଥାଉ କି, ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ ଗଞ୍ଜାମ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା । ଏଥିରେ ସାରା ରାଜ୍ୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି ।













Click it and Unblock the Notifications