ଜାଣନ୍ତୁ ୨୮ ତାରିଖରେ ଭୁବନେଶ୍ୱରରେ କେତେ ରହିଛି ସୁନା ମୂଲ୍ୟ
Gold Price: ଶେଷ ହେବାକୁ ଯାଉଛି 2024 ଏବଂ 2025ର ଏଣ୍ଟ୍ରି ହେବାକୁ ଯାଉଛି । ଏହାରି ମଧ୍ୟରେ ସୁନା ଦର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଆଜି ଅର୍ଥାତ୍ 28 ଡିସେମ୍ବର ଶନିବାର ଦିନ ପୁଣି ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଡିସେମ୍ବର 28 ରେ, ଭାରତରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 78 ହଜାର ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନା ହାର 71 ହଜାରରୁ ଅଧିକ ଅଟେ ରହିଛି । ସେହିପରି ରୂପା ମୂଲ୍ୟ 900 ଟଙ୍କା ବୃଦ୍ଧି ପାଇଛି । ଆଜି ଏକ କିଲୋ ରୂପା ଦର 92,500 ଟଙ୍କା ।
ଆଜି ଓଡିଶା ରାଜଧାନୀ ଭୁବନେଶ୍ୱରରେ 10 ଗ୍ରାମ 24 କ୍ୟାରେଟ୍ ସୁନା ଦର ₹77,840 ଟଙ୍କା ରହିଛି ଏବଂ 10 ଗ୍ରାମ 22 କ୍ୟାରେଟ୍ ସୁନା ଦର ₹71,350 ଟଙ୍କା ରହିଛି । ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 78 ହଜାର 150 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ପ୍ରାୟ 71,650 ଟଙ୍କା ରହିଛି ।

ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ 78,000 ଟଙ୍କା ଥିବା ବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,500 ଟଙ୍କା ରହିଛି । କୋଲକାତାରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 71,500 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 78,000 ଟଙ୍କା ରହିଛି ।
ଚେନ୍ନାଇରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,500 ଟଙ୍କା ଏବଂ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 78,000 ଟଙ୍କା ରହିଛି । ଅହମ୍ମଦାବାଦରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 71,550 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 78,150 ଟଙ୍କା ରହିଛି ।












Click it and Unblock the Notifications