୨୬/୧୧ ମୁମ୍ବାଇ ଆକ୍ରମଣର ଏପର୍ଯ୍ୟନ୍ତ କେତେ ଜଣଙ୍କୁ ମିଳିଛି ଦଣ୍ଡ
ପ୍ରାୟ ୧୭ ବର୍ଷର ଦୀର୍ଘ ଅପେକ୍ଷା ପରେ, ଶେଷରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ହୁସେନ ରାଣାକୁ ଆମେରିକାରୁ ଭାରତକୁ ଫେରାଇ ଆଣାଯାଉଛି । ଏହା କେବଳ ଜଣେ ଅଭିଯୁକ୍ତଙ୍କ ଗିରଫଦାରୀ ନୁହେଁ ବରଂ ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ବୋଲି ବିବେଚନା କରାଯାଉଛି।
୨୬/୧୧ ମୁମ୍ବାଇ ଆକ୍ରମଣ ଭାରତ ଇତିହାସର ସବୁଠାରୁ ଅନ୍ଧକାର ରାତି ମଧ୍ୟରୁ ଗୋଟିଏ । ଏହି ଆତଙ୍କବାଦୀ ଆକ୍ରମଣ କେବଳ ମୁମ୍ବାଇକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା । ଏହି ଆକ୍ରମଣ ମାନବତା, ସୁରକ୍ଷା ଏବଂ ବିଶ୍ୱାସର ପ୍ରତ୍ୟେକ ଦିଗକୁ ଗଭୀର ଭାବରେ ଆଘାତ ଦେଇଥିଲା । ଏହି ଭୟଙ୍କର ଆକ୍ରମଣରେ ୧୬୬ ରୁ ଅଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ ଏବଂ ୩୦୦ ରୁ ଅଧିକ ଆହତ ହୋଇଥିଲେ। କ୍ଷଣିକ ମଧ୍ୟରେ ଅନେକ ପରିବାର ଖୁସି ମାଟିରେ ମିଶିଯାଇଥିଲା ।
ଅଗଣିତ ସ୍ୱପ୍ନ ଅଧୁରା ରହିଯାଇଥିଲା।

ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଲସ୍କର-ଏ-ତୈବା (LeT) ସହଯୋଗୀ ତହବୁର ହୁସେନ ରାଣାଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ ଭାରତ ପାଇଁ ଏକ କୂଟନୈତିକ ବିଜୟ ପ୍ରମାଣିତ ହେଉଛି। ବର୍ତ୍ତମାନ ସୁଦ୍ଧା, ରାଣା ଲସ୍ ଆଞ୍ଜେଲସର ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟରରେ ବନ୍ଦୀ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କେତେ ଜଣଙ୍କୁ ଗିରଫ କରାଯାଇଛି ଚାଲନ୍ତୁ ଜାଣିବା ।
ଡେଭିଡ୍ କୋଲମ୍ୟାନ୍ ହେଡଲି ଓରଫ ଦାଉଦ୍ ଗିଲାନିଙ୍କୁ ୩୫ ବର୍ଷ ଜେଲ ଦଣ୍ତାଦେଶ ଦିଆଯାଇଛି । ବର୍ତ୍ତମାନ ସେ ଆମେରିକାରେ ଅଛନ୍ତି ।
ତହବୁର ହୁସେନ ରାଣା ଆମେରିକାର ଗିରଫ କରାଯାଇଥିଲା ୧୪ ବର୍ଷ ଜେଲରେ ରହିବା ପରେ ୨୦୨୫ରେ ଭାରତ ଅଣାଯାଉଛି ।
ଅବୁ ଜିନ୍ଦାଲ ଛଦ୍ମନାମ ସୟଦ ଜବିଉଦ୍ଦିନ ଅନସାରୀ ସାଉଦି ଆରବରୁ ଭାରତକୁ ଅଣାଯାଇଥିଲା ମୁମ୍ବାଇରେ ମାମଲା ଜାରି ।
ହାଫିଜ୍ ସଇଦ ପାକିସ୍ତାନରେ ନଜର ବନ୍ଦି ରଖାଯାଇଛି । ୩୧ ବର୍ଷ ଦଣ୍ତା ଦେଶ
ଜକିଓର ରହମାନ ଲଖବୀ ପାକିସ୍ତାନରେ ଗିରଫ କରାଯାଇଛି ।
ଅଜମଲ ଆମିର କସାବ ୨୦୦୮ରେ ଆତଙ୍କବାଦୀ ଆକ୍ରମଣ ପରେ ଗିରଫ କରାଯାଇଥିବା ଏବଂ ମୃତ୍ୟୁଦଣ୍ତ ଦିଆଯାଇଥିଲା ।
୨୬/୧୧ ଘଟଣାର କିଛି ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇଛି ଏବଂ କିଛି ଅଭିଯୁକ୍ତଙ୍କ ବିରୁ୍ଦ୍ଧରେ ବର୍ତ୍ତମାନ ବିଚାର ଚାଲିଛି । ସେହିପରି କିଛି ଏବେ ବି ପାକିସ୍ତାନରେ ଅଛନ୍ତି। ଭାରତ ଅନ୍ତର୍ଜାତୀୟ ମଞ୍ଚ ଉପରେ ନିରନ୍ତର ଚାପ ପକାଇ ଆସୁଛି ଯେ ହାଫିଜ୍ ସଇଦ ଏବଂ ଲଖଭି ଭଳି ଆତଙ୍କବାଦୀଙ୍କୁ ମଧ୍ୟ ଭାରତକୁ ହସ୍ତାନ୍ତର କରାଯାଉ କିମ୍ବା ଅନ୍ତର୍ଜାତୀୟ ଅଦାଲତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।












Click it and Unblock the Notifications