For Quick Alerts
Turn On Notification  
For Daily Alerts
Oneindia App Download

ନେପାଳର ଭୂସ୍ଖଳନ: 17 ମୃତ , 5 ନିଖୋଜ

ନେପାଳ ଅଚ୍ଛମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଯୋଗୁଁ 17 ଜଣ ପ୍ରାଣ ହରାଇଥିବା ବେଳେ 5 ଜଣଙ୍କର ମିଳୁନି ପତ୍ତା ।

|

କାଠମାଣ୍ଡୁ: ନେପାଳ ଅଚ୍ଛମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଯୋଗୁଁ 17 ଜଣ ପ୍ରାଣ ହରାଇଥିବା ବେଳେ 5 ଜଣଙ୍କର ମିଳୁନି ପତ୍ତା । ଶୁକ୍ରବାର ସକାଳୁ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳ ହୋଇଥିବା ନେଇ ସୂଚନା ମିଳିଛି । ଭୂସ୍ଖଳନ ଯୋଗୁଁ ପାଖାପାଖି ତିନୋଟି ଅଞ୍ଚଳରେ କ୍ଷତି ହୋଇଥିବା ଜଣାପଡିଛି । ଅନେକ ଘର ଧୋଇଯିବା ସହିତ ବାସହରା ହୋଇଛନ୍ତି ସ୍ଥାନୀୟ ଲୋକେ ।

nepal landslide

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ 11 ଗୁରୁତରଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛି। ବର୍ତ୍ତମାନ ମଧ୍ୟ ଆହୁରି ପାଞ୍ଚ ଜଣଙ୍କ ପତ୍ତା ମିଳିନାହିଁ। ସେମାନଙ୍କୁ ଖୋଜାଖୋଜି ଚାଲିଛି । 11 ଗୁରୁତରଙ୍କ ଭିତରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିମାନ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ପଡୋଶୀ ଅଞ୍ଚଳରେ ଥିବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରେସ୍କ୍ୟୁ ଅପରେସନ ସ୍ଥାନରେ ପୋଲିସ ଏବଂ ଆର୍ମି ଉପସ୍ଥିତ ରହିଛି । ଖୁବ ଶୀଘ୍ର ନିଖୋଜଙ୍କ ପତ୍ତା ମିଳିବା ନେଇ ଆଶା କରାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
At least 17 people were killed and five remain unaccounted for due to landslides in Nepal’s Achham district, a local official said on Saturday.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X