ନେପାଳର ଭୂସ୍ଖଳନ: 17 ମୃତ , 5 ନିଖୋଜ

ନେପାଳ ଅଚ୍ଛମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଯୋଗୁଁ 17 ଜଣ ପ୍ରାଣ ହରାଇଥିବା ବେଳେ 5 ଜଣଙ୍କର ମିଳୁନି ପତ୍ତା ।

କାଠମାଣ୍ଡୁ: ନେପାଳ ଅଚ୍ଛମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଯୋଗୁଁ 17 ଜଣ ପ୍ରାଣ ହରାଇଥିବା ବେଳେ 5 ଜଣଙ୍କର ମିଳୁନି ପତ୍ତା । ଶୁକ୍ରବାର ସକାଳୁ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳ ହୋଇଥିବା ନେଇ ସୂଚନା ମିଳିଛି । ଭୂସ୍ଖଳନ ଯୋଗୁଁ ପାଖାପାଖି ତିନୋଟି ଅଞ୍ଚଳରେ କ୍ଷତି ହୋଇଥିବା ଜଣାପଡିଛି । ଅନେକ ଘର ଧୋଇଯିବା ସହିତ ବାସହରା ହୋଇଛନ୍ତି ସ୍ଥାନୀୟ ଲୋକେ ।

nepal landslide

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ 11 ଗୁରୁତରଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛି। ବର୍ତ୍ତମାନ ମଧ୍ୟ ଆହୁରି ପାଞ୍ଚ ଜଣଙ୍କ ପତ୍ତା ମିଳିନାହିଁ। ସେମାନଙ୍କୁ ଖୋଜାଖୋଜି ଚାଲିଛି । 11 ଗୁରୁତରଙ୍କ ଭିତରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିମାନ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ପଡୋଶୀ ଅଞ୍ଚଳରେ ଥିବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରେସ୍କ୍ୟୁ ଅପରେସନ ସ୍ଥାନରେ ପୋଲିସ ଏବଂ ଆର୍ମି ଉପସ୍ଥିତ ରହିଛି । ଖୁବ ଶୀଘ୍ର ନିଖୋଜଙ୍କ ପତ୍ତା ମିଳିବା ନେଇ ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+