Get Updates
Get notified of breaking news, exclusive insights, and must-see stories!

ନୂଆବର୍ଷରେ ନିଜେ ଖାଦ୍ୟ ଡେଲିଭରି କଲେ ଜୋମାଟୋ ସିଇଓ

ନୂଆବର୍ଷ ଅବସରରେ ଗ୍ରାହକଙ୍କୁ ନିଜେ ଖାଦ୍ୟ ଡେଲିଭରି କଲେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ନୂଆବର୍ଷ ପାଇଁ କମ୍ପାନୀର କର୍ମଚାରୀଙ୍କ ଉପରେ ଚାପ ଅଧିକ ଥିବାରୁ, ଅଫିସିଆଲ୍ କାମରୁ ସମୟ କାଢି ନିଜେ ଖାଦ୍ୟ ଡେଲିଭରି କରିଛନ୍ତି ଜୋମାଟୋ ସିଇଓ ଦିପିନ୍ଦର ।

ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ଗ୍ରାହକଙ୍କୁ ନିଜେ ଖାଦ୍ୟ ଡେଲିଭରି କଲେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ନୂଆବର୍ଷ ପାଇଁ କମ୍ପାନୀର କର୍ମଚାରୀଙ୍କ ଉପରେ ଚାପ ଅଧିକ ଥିବାରୁ, ଅଫିସିଆଲ୍ କାମରୁ ସମୟ କାଢି ନିଜେ ଖାଦ୍ୟ ଡେଲିଭରି କରିଛନ୍ତି ଜୋମାଟୋ ସିଇଓ ଦିପିନ୍ଦର ।

Zomato CEO

ଏହି ସମୟର ଏକ ଫଟୋ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି ଜୋମାଟୋ ସିଇଓ । ଲେଖିଛନ୍ତି ଯେ ସେ କିଛି ଅର୍ଡର ଡେଲିଭରି କରିବାକୁ ଯାଉଛି, ପାଖାପାଖି ୧ ଘଣ୍ଟା ପରେ ସେ ଫେରିବେ । ଏହା ସହ ଟ୍ୱିଟରର ବାୟୋ ପରିବର୍ତ୍ତନ କରିବା ସହ ସେ ନିଜକୁ ଜୋମାଟୋର ଡେଲିଭରି ବୟ ବୋଲି କହିଛନ୍ତି ।

ତେବେ ଫୁଡ୍ ଡେଲିଭରି କରିବାକୁ ଯିବା ବେଳେ, ଡେଲିଭରି ବୟଙ୍କ ପୋଷାକ ମଧ୍ୟ ପିନ୍ଧିଛନ୍ତି ସିଇଓ ଦିପିନ୍ଦର ଗୋୟଲ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ବର୍ଷ ପୂର୍ବଦିନ ଅର୍ଥାତ ୩୧ ଡିସେମ୍ବରରେ ୨୦ ଲକ୍ଷରୁ ଅଧିକ ଅର୍ଡର ଡେଲିଭରି କରିଛି ଜୋମାଟୋ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+