ଜିଟାଲ ଆରେଷ୍ଟ ମାମଲା ; ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ସୁପ୍ରିମକୋର୍ଟ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ସମସ୍ତ ଡିଜିଟାଲ ଆରେଷ୍ଟ ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଚିନ୍ତା କରୁଥିବା ଜଣାପଡ଼ିଛି। ସୋମବାର ଡିଜିଟାଲ ଆରେଷ୍ଟ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ ଜୟମାଲ୍ୟା ବାଗ୍ଚୀ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଡିଜିଟାଲ ଆରେଷ୍ଟ ସମ୍ପର୍କିତ ମାମଲାର ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି।

ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଡିଜିଟାଲ ଆରେଷ୍ଟ ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ଯୁକ୍ତିଯୁକ୍ତ ବୋଲି ବିଚାରପତିଦ୍ବୟ ଦର୍ଶାଇଛନ୍ତି। ତେବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଡିଜିଟାଲ ଆରେଷ୍ଟ ନେଇ ତଥ୍ୟ ପ୍ରଦାନ ନ କରିବା ପର୍ଯ୍ୟନ୍ତ କୌଣସି ନିର୍ଦେଶାନାମା ଜାରି କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ପୀଠ ସ୍ପଷ୍ଟ କରି ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୀଠକୁ ଜଣାଇଥିଲେ ଯେ ଡିଜିଟାଲ ଆରେଷ୍ଟ ସମ୍ପର୍କିତ କେତେକ ମାମଲାର ତଦନ୍ତ ସିବିଆଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସାଇବର କ୍ରାଇମ୍ ବିଭାଗ ସହ ମିଶି କରୁଛି। ତେବେ ଦେଶବ୍ୟାପୀ ଡିଜିଟାଲ ଆରେଷ୍ଟ ମାମଲାର ତଦନ୍ତ ପାଇଁ ସିବିଆଇ ନିକଟରେ ସମ୍ବଳ ରହିଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ପୀଠ ସଲିସିଟର ଜେନେରାଲଙ୍କୁ କହିଥିଲେ।
ସୂଚନାଥାଉ କି ଅମ୍ବଲାର ଏକ ବରିଷ୍ଠ ଦମ୍ପତି ସୁପ୍ରିମକୋର୍ଟଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେ ସେମାନେ ଦର୍ଶାଇଥିଲେ କେତେକ ବ୍ୟକ୍ତି ନିଜକୁ ସିବିଆଇ ଅଧିକାରୀ ବୋଲି ଦର୍ଶାଇ ହ୍ବାଟସ୍ ଆପ୍ ଜରିଆରେ ଭିଡିଓ କଲ୍ କରି ମିଥ୍ୟା ସୁପ୍ରିମକୋର୍ଟ ରାୟ ବଳରେ ସେମାନଙ୍କ ଠାରୁ ୧ କୋଟି ଟଙ୍କା ଟଙ୍କା ଠକି ନେଇଛନ୍ତି। ପତ୍ର ପାଇବା ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରି ଗତ ଅକ୍ଟୋବର ୧୭ରେ କେନ୍ଦ୍ର ସରକାର, ସିବିଆଇ ଓ ହରିୟାଣା ସରକାରଙ୍କୁ ନୋଟିସ୍ କରିଥିଲେ।












Click it and Unblock the Notifications