କେନ୍ଦ୍ର ସରକାର କଲେ ବଡ଼ ପରିବର୍ତ୍ତନ, ଏଣିକି ୨୦ କିମି ପର୍ଯ୍ୟନ୍ତ ଯାତ୍ରାରେ.....

ନୂଆଦିଲ୍ଲୀ: ହାଇସ୍ପିଡରେ ନିର୍ମାଣ ହେବାରେ ଲାଗିଛି ଭାରତରେ ହାଇୱେ ଏବଂ ଏକ୍ସପ୍ରେସ ୱେ । ଏହାସହିତ ତାଳ ଦେଇ ବଦଳିବାରେ ଲାଗିଛି ଟ୍ରାଫିକ ଏବଂ ଟୋଲ ଟାକ୍ସ ନିୟମ । ହାଇୱେ ଏବଂ 'ଏକ୍ସପ୍ରେସ ୱେ'ରେ ପରିବହନ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଲଗାତାର ପରିବର୍ତ୍ତନ ଆଣୁଛନ୍ତି । ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି ସରକାର । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଜାତୀୟ ରାଜପଥ ଶୁଳ୍କ ନିୟମରେ ପରିବର୍ତ୍ତନ କରିଛି।

ଏହା ଦ୍ୱାରା ସେହି ଲୋକମାନେ ବହୁତ ଉପକୃତ ହେବେ ଯେଉଁମାନଙ୍କୁ ପ୍ରତିଦିନ କୌଣସି କାମରେ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯିବାକୁ ପଡୁଛି ଏବଂ ସେମାନଙ୍କ ଘର ଟୋଲ ପ୍ଲାଜା ନିକଟରେ ରହିଛି । ଆସନ୍ତୁ ଜାଣିବା ଏହି ନୂଆ ନିୟମ ଦ୍ୱାରା ଆପଣଙ୍କୁ କିପରି ଫାଇଦା ମିଳିବ ।

Zero toll up

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ବ୍ୟବହାର କରୁଥିବା ଘରୋଇ ଗାଡ଼ି ମାଲିକଙ୍କୁ ରାଜପଥ ଓ ଏକ୍ସପ୍ରେସ୍ ୱେରେ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ପ୍ରତିଦିନ କୌଣସି ଟୋଲ୍ ଆଦାୟ କରାଯିବ ନାହିଁ।

ନୂଆ ବିଜ୍ଞପ୍ତି ଅନୁସାରେ ଯଦି ଗାଡ଼ିରେ ଜିଏନ୍‌ଏସ୍‌ଏସ୍‌ ସଂସ୍ଥାପିତ ଅଛି, ତେବେ ଦିନକୁ ରାଜପଥ ଏବଂ ଏକ୍ସପ୍ରେସ୍‌ୱେରେ ପ୍ରଥମ ୨୦ କିମି ପର୍ଯ୍ୟନ୍ତ ଯାତ୍ରାରେ ଗାଡ଼ି ମାଲିକଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ୨୦ କିଲୋମିଟର ପରେ ଯେତିକି ଯାତ୍ରା କରିବେ ଉକ୍ତ ଅନୁସାରେ ଟୋଲ୍‌ ଫି' ଦେବେ । ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ଭାରତରେ ପଞ୍ଜୀକୃତ ହୋଇ ନ ଥିବା କିମ୍ବା ବିନା ଜିଏନ୍‌ଏସ୍‌ଏସ୍‌ଯୁକ୍ତ ଗାଡ଼ିଗୁଡ଼ିକଠାରୁ ଷ୍ଟାଣ୍ଡାର୍ଡ ଟୋଲ୍‌ ଦେୟ ଆଦାୟ କରାଯିବ ।

ଏହି ନୂଆ ନିୟମ ଅନୁସାରେ, ଏବେ ଜିପିଏସ୍‌ ଏବଂ ଅନ୍‌ବୋର୍ଡ ୟୁନିଟ୍‌(ଓବିୟୁ)ଜରିଆରେ ଟୋଲ୍‌ ଆଦାୟ କରାଯାଇପାରିବ । ଏହି ନୂଆ ବ୍ୟବସ୍ଥା ସହିତ ଫାଷ୍ଟ୍ୟାଗ୍‌ ଏବଂ ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ରିକଗ୍‌ନିସନ୍‌ ଟେକ୍‌ନିକ୍‌ ବି କାର୍ଯ୍ୟ କରିବ । ଏହି ପରିବର୍ତ୍ତନ ଦ୍ୱାରା ଜିଏନ୍‌ଏସ୍‌ଏସ୍‌ ଓବିୟୁ ସଂସ୍ଥାପିତ ଗାଡ଼ି ନିର୍ଦ୍ଧାରିତ ଦୂରତ୍ୱ ଆଧାରରେ ଅଟୋମେଟିକ୍‌ ଟୋଲ୍‌ ପେମେଣ୍ଟ କରିପାରିବେ ।

୨୦୦୮ ନିୟମଗୁଡ଼ିକ ମଧ୍ୟରୁ ନିୟମ ୬କୁ ବଦଳାଇ ଦିଆଯାଇଛି, ଯାହାଦ୍ୱାରା ଜିଏନ୍‌ଏସ୍‌ଏସ୍‌ ଗାଡ଼ିଗୁଡ଼ିକ ପାଇଁ ଟୋଲ୍‌ ପ୍ଲାଜାରେ ବିଶେଷ ଲେନ୍‌ ବନାଯାଇପାରିବ । ଫଳରେ ଏହି ଗାଡ଼ିଗୁଡ଼ିକୁ ମାନୁଆଲ ଟୋଲ୍‌ ପେମେଣ୍ଟ ପାଇଁ ଅଟକିବାକୁ ପଡ଼ିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+