Get Updates
Get notified of breaking news, exclusive insights, and must-see stories!

ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଏକ ସାର୍ବଜନୀନ ନୀତି ହେବା ଉଚିତ୍‍, ଡକ୍ଟର ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର କହିଛନ୍ତି, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଏକ ସାର୍ବଜନୀନ ନୀତି ହେବା ଉଚିତ୍‍ । ନୂଆଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟରେ ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ପ୍ରକାର ଆତଙ୍କବାଦ ଭାରତ ଏବଂ ଆରବ ରାଷ୍ଟ୍ର ଗୁଡ଼ିକ ପାଇଁ ଏକ ବିପଦ । ସୀମାପାର ଆତଙ୍କବାଦ ଗ୍ରହଣୀୟ ନୁହେଁ ବୋଲି ଜୟଶଙ୍କର କହିଛନ୍ତି । ଏହା ଆନ୍ତର୍ଜାତିକ ସମ୍ପର୍କ ଏବଂ କୂଟନୀତିର ମୌଳିକ ନୀତିକୁ ଉଲ୍ଲଙ୍ଘନ କରେ ।

Jaishankar

ସେ କହିଛନ୍ତି, ଆତଙ୍କବାଦ କବଳରୁ ସମାଜ ଗୁଡ଼ିକର ନିଜକୁ ରକ୍ଷା କରିବାର ଅଧିକାର ରହିଛି । ଏହାର ମୁକାବିଲା ପାଇଁ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବାର ଆବଶ୍ୟକତା ଉପରେ ଶ୍ରୀ ଜୟଶଙ୍କର ଗୁରୁତ୍ୱାରୋପ କରିଥିଲେ । ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ଆରବ ରାଷ୍ଟ୍ର ସହିତ ଭାରତର ଦୃଢ଼ ସହଭାଗିତା ରହିଛି । ବିଭିନ୍ନ କାରଣ ପାଇଁ ବିଶ୍ୱ ପରିବର୍ତ୍ତିତ ହେଉଥିବା ବେଳେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି । ଗାଜା ପରିସ୍ଥିତି ଆନ୍ତର୍ଜାତିକ ସମୂଦାୟର ଧ୍ୟାନ କେନ୍ଦ୍ରିତ କରିଛି ।

ଗାଜା ସଂଘର୍ଷ ସମାପ୍ତ କରିବା ପାଇଁ ବ୍ୟାପକ ଯୋଜନାକୁ ଆଗକୁ ନେବା ପାଇଁ ଏହି ବୈଠକରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ସୁଦାମ, ୟେମେନ୍‍, ଲେବାନନ ଏବଂ ଲିବିଆର ପରିସ୍ଥିତି ଉପରେ ସାମୂହିକ ଧ୍ୟାନ ଦେବା ଜରୁରୀ ବୋଲି ସେ ଉଲ୍ଲେଖ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+