Jharkhand Assembly Election: ନିର୍ବାଚନରେ ଅର୍ଥବଳ ବ୍ୟବହାର ପ୍ରତି ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରାଯିବ: ECI
Jharkhand Assembly Election: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଅର୍ଥବଳ ବ୍ୟବହାର ପ୍ରତି ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ଡକ୍ଟର ଏସ୍.ଏସ୍. ସାନ୍ଧୁ ରାଞ୍ଚ୍ ଠାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି ।
କେନ୍ଦ୍ର ଏବଂ ରାଜ୍ୟ ପ୍ରବର୍ତନକାରୀ ସଂସ୍ଥାକୁ ପ୍ରଲୋଭନ ମୁକ୍ତ ନିର୍ବାଚନକୁ ସୁନିଶ୍ଚିତ କରିବା ଲାଗି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବେଆଇନ୍ ମଦ, ନଗର ଟଙ୍କା ଏବଂ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ସମନ୍ବିତ ଭାବେ କାର୍ଯ୍ୟ କରିବା ପାଇଁ ଆୟୋଗ ଗୁରୁତ୍ବାରୋପ କରିଛନ୍ତି । ସେହିଭଳି ନିର୍ବାଚନ ସମୟରେ ଯାଞ୍ଚ ବାହାନାରେ ଜନସାଧାରଣଙ୍କୁ ଅଯଥା ହଇରାଣ ନ କରିବାକୁ ଆୟୋଗ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ବିହାର ପଟରୁ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖୁବାକୁ ନିର୍ବାଚନ ଅଧିକାରୀଙ୍କୁ ଆୟୋଗ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଆୟୋଗ, ରାଜନୈତିକ ଦଳ, ସୁରକ୍ଷା ବାହିନୀ ଏବଂ ନିର୍ବାଚନ ସହ ସମ୍ପୃକ୍ତ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକ ସହ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଚଳିତ ବର୍ଷ ନିର୍ବାଚନ ହୋଇପାରେ ।












Click it and Unblock the Notifications