ପୁଟିନଙ୍କ ପରେ ଭାରତ ଆସିବେ ଜେଲେନସ୍କି! ଚାଲିଛି ପ୍ରସ୍ତୁତି

ପୁଟିନଙ୍କ ପରେ ଭାରତ ଆସିବେ ଜେଲେନସ୍କି! ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ ଗସ୍ତ ପରେ, ଭାରତ ଆଉ ଏକ କୂଟନୈତିକ ପଦକ୍ଷେପ ନେଇଛି । ଭାରତ ଏବେ ଦିଲ୍ଲୀରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆତିଥ୍ୟ ଦେବା ପାଇଁ ଯୋଜନା କରୁଛି । ଏହାକୁ କୂଟନୈତିକ ମହଲରେ ଭାରତର ବୈଦେଶିକ ନୀତିେ ଏକ ସନ୍ତୁଳନମୂଳକ କାର୍ଯ୍ୟ ଭାବରେ ବିବେଚନା କରାଯାଉଛି । ଏହା କୁହାଯାଉଛି ଯେ ଜେଲେନସ୍କି ଜାନୁଆରୀ ୨୦୨୬ରେ ଦିଲ୍ଲୀ ଗସ୍ତ କରିପାରନ୍ତି । ଯଦିଓ ଏହି ଗସ୍ତର ତାରିଖ ଏପର୍ଯ୍ୟନ୍ତ ଚୂଡାନ୍ତି ହୋଇନାହିଁ ।

Zelensky

ଇଣ୍ଡିଆନ୍‌ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଭାରତ ଗତ କିଛି ସପ୍ତାହ ହେବ ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହିତ ସମ୍ପର୍କରେ ରହିଛି । ଭାରତର ଏହି ପ୍ରୟାସ ପୁଟିନଙ୍କ ଦିଲ୍ଲୀ ଗସ୍ତର ବହୁ ପୂର୍ବରୁ ଜାରି ରହିଛି । ଏନେଇ ଭାରତ ଓ ୟୁକ୍ରେନ ଅଧିକାରୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିବା ସୂଚନା ମିଳିଛି । ଜେଲେନସ୍କିଙ୍କ ଦିଲ୍ଲୀ ଗସ୍ତ ରୁଷ-ୟୁକ୍ରେନ ବିବାଦର ଉଭୟ ପକ୍ଷ ସହିତ ଜଡିତ ରହିବା ପାଇଁ ଭାରତର ପ୍ରୟାସକୁ ଆହୁି ମଜବୁତ କରିବ । ଭାରତ କିଛି ମାସ ଧରି ଏହି ନୀତି ଅନୁସରଣ କରିଆସୁଛି । ସେଥିପାଇଁ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ମସ୍କୋ ଯାଇଥିଲେ ଏବଂ ପୁଟିନଙ୍କୁ ଭେଟିଥିଲେ ଏହାର ଏକ ମାସ ପରେ ଅଗଷ୍ଟରେ ମୋଦୀ ୟୁକ୍ରେନ ଯାତ୍ରା କରିଥିଲେ ।

ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାରତ ଗସ୍ତ ଅନେକ ଗୁୁରୁତ୍ୱବହନ କରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନା କିପରି ଆଗକୁ ବଢିବ, ଏବଂ ଯୁଦ୍ଧର ପରିଣାମ କଣ ହେବ । ୟୁକ୍ରେନର ଘରୋଇ ରାଜନୀତି, ଯେଉଁଠି କି ଜେଲେନସ୍କିଙ୍କ ସରକାର ଭ୍ରଷ୍ଟାଚାର, ଘୋଟାଲରେ ଫଶି ରହିଥିଲେ । ସବୁଠାରୁ ଭିନ୍ନ କଥା ହେଲା ୟୁକ୍ରେନ ରାଷ୍ଟ୍ରପତି ଏଯାବତ ତିନି ଥର ଭାରତ ଆସିଛନ୍ତି । ୧୯୯୨, ୨୦୦୨ ଏବଂ ୨୦୧୨ରେ ଭାରତ ଆସିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ପୁଟିନଙ୍କ ଭାରତ ଯାତ୍ରା ସମୟରେ ୟୁରୋପର କଡା ନଜର ରହିଥିଲା । ଯୁଦ୍ଧ ସମାପ୍ତ କରିବା ପାଇଁ ମସ୍କୋ ଉପରେ ଚାପ ପକାଇବା ପାଇଁ ଭାରତକୁ ଏହାର ପ୍ରଭାବ ବ୍ୟବହାର କରିବାକୁ ଅନେକ ୟୁରୋପୀୟ ଦୂତ ଅନୁରୋଧ କରିଛନ୍ତି । ଭାରତ ନିରନ୍ତର ଭାବରେ କହିଆସିଛି ଯେ ଆଲୋଚନା ଏବଂ କୂଟନୀତି ହେଉଛି ଏକମାତ୍ର ରାସ୍ତା । ତେବେ ଜେଲେନସ୍କିଙ୍କ ଭାରତ ଗସ୍ତ ଉପରେ ଏବେ ସମସ୍ତଙ୍କର ନଜର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+