ଯୁଦ୍ଧ ମଧ୍ୟରେ ବାଇଡେନ ଓ ଜେଲେନସ୍କିଙ୍କ ମଧ୍ୟରେ ହେଲା ଆଲୋଚନା, ୟୁକ୍ରେନ ରାଷ୍ଟ୍ରପତି କହିଲେ .....
ରୁଷ୍ ବିରୁଦ୍ଧ ଯୁଦ୍ଧରେ ୟୁକ୍ରେନକୁ ଆମେରିକାର ସମର୍ଥନ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେନେଲେସ୍କିଙ୍କ ମଧ୍ୟରେ ଗତକାଲି ଆଲୋଚନା ହୋଇଛି । ଟେଲିଫୋନ୍ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ ଦୁଇ ନେତାଙ୍କ ମଧ୍ୟରେ ରୁଷ୍ ଉପରେ ଜାରି ହୋଇଥିବା କଟକଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ହୋଇଛି ।

ହ୍ୱାଇଟ୍ ହାଉସ୍ର ଅର୍ଥନୈତିକ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଦିଲ୍ଲୀପ ସିଂହ କହିଛନ୍ତି ରୁଷିଆର ତୈଳ ଏବଂ ଗ୍ୟାସ୍ କ୍ଷେତ୍ର ଉପରେ ଆମେରିକା ପ୍ରଶାସନର ବ୍ୟାପକ କଟକଣା ଏହାର ଶକ୍ତି କ୍ଷେତ୍ର ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ।












Click it and Unblock the Notifications