ମୁହାଁମୁହିଁ ଟ୍ରମ୍ପ-ଜେଲେନସ୍କି: ତୃତୀୟ ବିଶ୍ୱ ଯୁଦ୍ଧ ନେଇ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି
୨୮ ଫେବୃଆରୀ ୨୦୨୫ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ମଧ୍ୟରେ ହ୍ୱାଇଟ୍ ହାଉସର ଓଭାଲ ଅଫିସରେ ସାକ୍ଷାତ ହୋଇଥିଲା । ଏହି ସମୟରେ ରୁଷ ସହ ଅସ୍ତ୍ର ବିରତି ପ୍ରସ୍ତାବକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ଟ୍ରମ୍ପ ତୃତୀୟ ବିଶ୍ବଯୁଦ୍ଧର ନେଇ ଜେଲେନସ୍କିଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଏଲୋନ ମସ୍କ ଏବଂ ତାଙ୍କ ସରକାରୀ ଦକ୍ଷତା ବିଭାଗ ପୂର୍ବରୁ ୟୁକ୍ରେନକୁ ପ୍ରଦାନ କରାଯାଇଥିବା ବୃହତ ଆର୍ଥିକ ଏବଂ ସୁରକ୍ଷା ସହାୟତାରେ ସମ୍ଭାବ୍ୟ ସମସ୍ୟାଗୁଡ଼ିକର ତଦନ୍ତ କରୁଥିଲେ, କିନ୍ତୁ ଏବେ ଏହି ପ୍ରୟାସଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। ଅଧିକାରୀ ଜଣକ କହିଛନ୍ତି ଯେ ସେମାନେ ପୂର୍ବରୁ ସମସ୍ୟା ଖୋଜୁଛନ୍ତି। ଏହା ବ୍ୟତୀତ ଟ୍ରମ୍ପ ୟୁକ୍ରେନକୁ ଦିଆଯାଉଥିବା ସମସ୍ତ ସାମରିକ ସହାୟତା ବନ୍ଦ କରିବାକୁ ବିଚାର କରୁଛନ୍ତି।

ଏହି ବୈଠକ ପରେ, ଏଲୋନ ମସ୍କ ଏହାର ତଦନ୍ତ କରିବାକୁ ମଧ୍ୟ ସଙ୍କେତ ଦେଇଥିଲେ। "ୟୁକ୍ରେନକୁ ପଠାଯାଇଥିବା ଶହ ଶହ କୋଟି ଡଲାରର ପ୍ରକୃତରେ କ'ଣ ହୋଇଛି ତାହାର ହେବ ତଦନ୍ତ ।
ବୈଠକ ପୂର୍ବରୁ, ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାର ଉପାୟ ଉପରେ ଟ୍ରମ୍ପ ଏବଂ ଭୋଲଦମିର ଜେଲେନସ୍କି ମଧ୍ୟରେ ମତଭେଦ ଦେଖାଦେଇଥିଲା, ଯାହା ଆଲୋଚନାକୁ ତୀବ୍ର କରିଥିଲା। ଟ୍ରମ୍ପ ଭୋଲଦମିର ଜେଲେନସ୍କି ଉପରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିଲେ, ଯେତେବେଳେ ଭୋଲଦମିର ଜେଲେନସ୍କି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ବିବାଦ ପରେ, ଟ୍ରମ୍ପ ବୈଠକ ସମାପ୍ତ କରିଥିଲେ ଏବଂ ଭୋଲଦମିର ଜେଲେନସ୍କି ହ୍ୱାଇଟ୍ ହାଉସ୍ ଛାଡିବାକୁ କୁହାଯାଇଥିଲା।












Click it and Unblock the Notifications