୨୦୦୭ ମସିହାରେ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ ୟୁବରାଜ ସିଂ, ଅଷ୍ଟ୍ରେଲିଆରେ ହୋଇଥିଲା ବ୍ରେକଅପ୍
Yuvraj Singh Affair: କ୍ରିକେଟର ଯୁବରାଜ ସିଂ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ସେ ବର୍ତ୍ତମାନ ତାଙ୍କ ପତ୍ନୀ ହଜେଲ କିଚ ଏବଂ ପୁଅଙ୍କ ସହ ଖୁସିରେ ଜୀବନ ବିତାଉଛନ୍ତି। ହେଲେ ଯୁବରାଜ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ ସମୟରେ କଥା ହୋଇଥାନ୍ତି । ହେଲେ ଏଥର ସେ ତାଙ୍କର ଜୀବନର ଏକ ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି । କ୍ରିକେଟର୍ ଅଭିନେତ୍ରୀ ନାଁ ନେଇ ନାହାଁନ୍ତି ସତ ହେଲେ ତାଙ୍କ ପ୍ରଶଂସକ ମାନ ଅନୁମାନ କରୁଛନ୍ତି । ଯୁବରାଜ କହିଛନ୍ତି ଯେ ଯେତେବେଳେ
ଅଭିନେତ୍ରୀଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଥିଲା ତାଙ୍କୁ ଏକ ଗୋଲାପୀ ରଙ୍ଗର ଚପଲ ପିନ୍ଧି ଆସିବାକୁ ପଡିଥିଲା ।
ଯୁବରାଜ Club Prairie Fire ପୋଡକାଷ୍ଟରେ ତାଙ୍କର ଡେଟିଂ ଦିନଗୁଡ଼ିକୁ ମନେ ପକାଇଛନ୍ତି । ଯୁବରାଜ କହିଛନ୍ତି ଯେ ସେ 2007-2008 ମସିହାରେ ଏକ ଅତ୍ୟଧିକ ଚାପଗ୍ରସ୍ତ ସମୟ ଦେଇ ଗତି କରୁଥିଲେ। ସେ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ, ସେଥିପାଇଁ ସେ ଅଭିନେତ୍ରୀଙ୍କ ସହ ସମ୍ପର୍କ ଭାଙ୍ଗିଦେଇଥିଲେ ।

ଯୁବରାଜ କହିଛନ୍ତି- ମୁଁ ତାଙ୍କ ନାମ ନେବି ନାହିଁ। ସେ ବହୁତ ଭଲ ଅଭିନେତ୍ରୀ ଏବଂ ବହୁତ ଭଲ କାମ କରୁଛନ୍ତି । ସେ ସେତେବେଳେ ଅଷ୍ଟ୍ରେଲିଆରେ ସୁଟିଂ କରୁଥିଲେ। ମୁଁ ତାଙ୍କୁ କହିଥିଲି କିଛି ଦିନ ଦେଖାହେବା ନାହିଁ, ବର୍ତ୍ତମାନ ମୁଁ ଅଷ୍ଟ୍ରେଲିଆନ ଟୁରରେ ଅଛି ଏବଂ ବର୍ତ୍ତମାନ ଏଥିରେ ଫୋକସ କରିବା ପାଇଁ ଚାହୁଁଛି ।
ସେ ମୋତେ ଦେଖା କରିବାକୁ କାନବେରାକୁ ପଳାଇ ଆସିଥିଲେ । ଉକ୍ତ ସମୟରେ ମୁଁ ଦୁଇଟି ଟେଷ୍ଟ ମ୍ୟାଚରେ ଭଲ ରନ୍ ସ୍କୋର କରିନଥିଲି । ମୁଁ ତାଙ୍କୁ ପଚାରିଲି ତୁମେ ଏଠାରେ କଣ କରୁଛ? ସେ କହିଲେ- ମୁଁ ତୁମ ସହିତ ସମୟ ବିତାଇବାକୁ ଚାହୁଁଛି । ଆମେ ରାତିରେ ଭେଟିଲୁ ଏବଂ କଥା ହେଲୁ । ମୁଁ ତାଙ୍କୁ କହିଲି ତୁମେ ତୁମର କ୍ୟାରିୟର ଉପରେ ଧ୍ୟାନ ଦିଅ ଏବଂ ମୋତେ ମୋ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ପଡିବ । ଆମେ ଆଡିଲେଡରୁ କାନବେରା ଯାଉଥିଲୁ । ସେ ମୋ ବ୍ୟାଗକୁ ପ୍ୟାକ୍ କରିଥିଲେ ।
ବିମାନ ଯିବା ପୂର୍ବରୁ ଯୁବରାଜ ଜାଣିବାକୁ ପାଇଥିଲେ ଯେ ଅଭିନେତ୍ରୀ ତାଙ୍କ ଜୋତା ମଧ୍ୟ ପ୍ୟାକ୍ କରିଦେଇଛନ୍ତି । ଯାହା ପରେ ତାଙ୍କୁ ଗୋଲାପି ରଙ୍ଗର ଚପଲ ପିନ୍ଧି ଯିବାକୁ ପଡିଥିଲା । ସକାଳେ ମୁଁ ପଚାରିଲି ମୋର ଜୋତା କେଉଁଠାରେ ଅଛି । ଅଭିନେତ୍ରୀ ମୋତେ ତାଙ୍କ ଚପଲ୍ ପିନ୍ଧିବାକୁ କହିଥିଲେ । ମୁଁ ଗୋଲାପି କଲର ଚପଲ ପିନ୍ଧିଥିଲି ହେଲେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲି । ହେଲେ କିଛି ଫ୍ୟାନ୍ସ ମୋ ଚପଲ ଦେଖିଥିଲେ ଏବଂ ମୋର ମଜାକ ଉଡାଇ ଥିଲେ ।
ଲୋକମାନେ ପୋଡକାଷ୍ଟର ଭିଡିଓରେ ଅଭିନେତ୍ରୀଙ୍କ ନାମ ନେଇଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି ଉକ୍ତ ଅଭିନେତ୍ରୀ ଜଣକ ହେଉଛନ୍ତି ଦୀପିକା ପାଦୁକୋଣ । ସେ ସେହି ସମୟରେ ଅଷ୍ଟ୍ରେଲିଆରେ ସୁଟିଂ କରୁଥିଲେ । ତେବେ ବିବାହ କରିବା ପୂର୍ବରୁ ଯୁବରାଜଙ୍କ ନାମ କିମ ଶର୍ମା, ନେହା ଧୁପିଆ, ଦୀପିକା ପାଦୁକୋଣ ଏବଂ ରିୟା ସେନଙ୍କ ସହ ଚର୍ଚ୍ଚାରେ ଥିଲା ।












Click it and Unblock the Notifications