Get Updates
Get notified of breaking news, exclusive insights, and must-see stories!

ବିଜେପିକୁ ଫେରିପାରନ୍ତି ସିଦ୍ଧୁ, ଗୁରଦାସପୁରରୁ ଲଢ଼ିପାରନ୍ତି ଯୁବରାଜ ସିଂହ!

Navjot Singh Sidhu And Yuvraj Singh: ପୁଣି ବିଜେପିକୁ ଫେରିପାରନ୍ତି ନବଜୋଚ ସିଂହ ସିଦ୍ଧୁ । ସେହିପରି ପୂର୍ବତନ କ୍ରିକେଟର ଯୁବରାଜ ସିଂ ଗୁରଦାସପୁରରୁ ଲଢ଼ିପାରନ୍ତି ଲୋକସଭା ନିର୍ବାଚନ । ଏନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ସିଦ୍ଧୁ କଂଗ୍ରେସ ଦଳରେ ଥିଲେ ମଧ୍ୟ ପଞ୍ଜାବର ଦଳୀୟ ନେତୃତ୍ୱଙ୍କ ସହ ତାଙ୍କର ମନାନ୍ତର ରହିବା ସହ ସେ ପାର୍ଟି ଗାଇଡ୍ ଲାଇନରୁ ଅଲଗା ହୋଇ ନିଜ ରାଲି କରୁଥିବାର ଦେଖିବା ପାଇଁ ମିଳିଛି । ଯାହା ପରେ ଚର୍ଚ୍ଚା ଜୋର ଧରିଛି ଯେ ସିଦ୍ଧୁ କଂଗ୍ରେସ ଛାଡି ପୁଣି ନିଜ ପୁରୁଣା ଦଳକୁ ଫେରି ପାରନ୍ତି ।

ସେହିପରି ଖବର ଏହା ମଧ୍ୟ ରହିଛି ଯେ, ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଆସନ୍ତା ଲୋକସଭା ନିର୍ବାଚନ ବେଳେ ଗୁରଦାସପୁରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଯୁବରାଜ ସିଂହ ବିଜେପିରେ ସାମିଲ ହେବାସହ ଗୁରଦାସପୁରରୁ ନିର୍ବାଚନ ଲଢ଼ିବା ପାଇଁ ବିଜେପି ତାଙ୍କୁ ଟିକେଟ ଦେବାର ଆଶଙ୍କା ରହିଛି । ସେ ଅଭିନେତା ସନ୍ନି ଦେଓଲଙ୍କ ସ୍ଥାନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Navjot Singh Sidhu And Yuvraj Singh

ସୂଚନା ଅନୁସାରେ, ନିକଟରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟିଥିଲେ ୟୁବରାଜ ସିଂ । ଯାହା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ, ବିଜେପି ତାଙ୍କୁ ଅଭିନେତା ସନ୍ନି ଦେଓଲଙ୍କ ସ୍ଥାନରେ ଗୁରଦାସପୁରରୁ ଟିକେଟ୍ ଦେଇପାରେ ।


ସେପଟେ ସିଦ୍ଧୁ କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ରେକୁ ଟାର୍ଗେଟ୍ କରୁଛନ୍ତି ହେଲେ ଏହାରି ମଧ୍ୟରେ ତାଙ୍କର ବିଜେପିରେ ଯୋଗ ଦେବା କଥା ମଧ୍ୟ ପ୍ରକାଶ ପାଇଛି । ସନ୍ନି ଦେଓଲ ଗୁରଦାସପୁରର ସାଂସଦ ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ହେଲେ ୨୦୨୪ରେ ଯୁବରାଜ ସିଂହ ବିଜେପି ଟିକେଟରୁ ଗୁରଦାସପୁରର ଲଢିବାର ଆଶଙ୍କାର ରହିଛି ବୋଲି ସୂଚନା ରହିଛି । ଏହି ଖବର ପ୍ରକାଶ ପାଇବା ପରେ ପଞ୍ଜାବ ରାଜନୈତୀକ ମାହୋଲ ବର୍ତ୍ତମାନ ସରଗରମ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+