'ନିଶାମୁକ୍ତ ଭାରତ ଗଠନ ଦିଗରେ ଆଧ୍ୟାତ୍ମିକ ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି'

ଏକ ନିଶାମୁକ୍ତ ଭାରତ ଗଠନ ଦିଗରେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏ ସମ୍ପର୍କିତ ଏକ ଲେଖାକୁ ଗଣମାଧ୍ୟମରେ ସେୟାର କରି ସେ ଏହା କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏହି ଲେଖା ମାଧ୍ୟମରେ ନିଶାମୁକ୍ତ ଭାରତ ଗଠନ ଲାଗି ଆଧ୍ୟାତ୍ମିକ ସମ୍ମିଳନୀ କିପରି ସହାୟକ ହୋଇଥାଏ ତାହା ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ସମସ୍ତ ଲକ୍ଷ୍ୟ ପୂରଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ନିଶାମୁକ୍ତ କରିବା ଆଜିର ଆବଶ୍ୟକତା ରହିଛି। ଆଜି ବାରଣାସୀରେ ଯୁବ ଆଧ୍ୟାତ୍ମିକ ସମ୍ମିଳନୀର ଉଦ୍‍ଘାଟନୀ ଅଧିବେଶନରେ ଉଦ୍‍ବୋଧନ ଦେଇ ଶ୍ରୀ ମାଣ୍ଡବୀୟ କହିଛନ୍ତି, ସମସ୍ତଙ୍କୁ ପ୍ରଥମେ ରାଷ୍ଟ୍ରର ଭାବନା ଗ୍ରହଣ କରିବାକୁ ପଡ଼ିବ। ଏହି ଅବସରରେ ସେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି।

Narendra modi

କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡବୀୟ କହିଛନ୍ତି, ଯୁବପିଢ଼ିଙ୍କୁ ସଶକ୍ତ କରାଯାଉଛି ଏବଂ ସେମାନେ ଯେଭଳି ଦେଶ ଗଠନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିପାରିବେ ତାହା ସୁନିଶ୍ଚିତ କରାଯାଉଛି। ନିଶାମୁକ୍ତ ଭାରତ ଗଠନ ଲାଗି ଲୋକମାନଙ୍କୁ ଅଭିଯାନରେ ସାମିଲ ହେବାକୁ ଏବଂ ଶପଥ ପାଠ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଯୁବପିଢ଼ିଙ୍କୁ ନିଶାମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଥିବା କହିଛନ୍ତି।

ଆୟୋଜିତ ସମ୍ମିଳନୀରେ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ଯୋଗଦେଇ କହିଛନ୍ତି, କାଶୀ ହେଉଛି ଏକ ଆଧ୍ୟାତ୍ମିକ ସହର ଏବଂ ଏହିଠାରୁ ଆଧ୍ୟାତ୍ମିକତାର ଯାତ୍ରା ଆରମ୍ଭ ହେଉଛି। ଏହି ସମ୍ମିଳନୀରେ ଦେଶର ୧୦୦ରୁ ଅଧିକ ଆଧ୍ୟାତ୍ମିକ ଓ ସାମାଜିକ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକର ୫୦୦ରୁ ଅଧିକ ଯୁବ ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି 'ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି'।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+