ବିଦେଶ ଯିବେନି ୟୁସୁଫ୍ ! ବିଦେଶ ଗସ୍ତରେ ଉପଲବ୍ଧ ହେବେ ନାହିଁ ବୋଲି କହିଥିବା ସୂଚନା
ପହଲଗାମ ଆକ୍ରମଣର ବଦଲା ନେଇଛି ଭାରତ । ପାକିସ୍ତାନ ଆଉ ପିଓକରେ ଭାରତ କରିସାରିଛି ଏୟାରଷ୍ଟ୍ରାଇକ୍ । ହେଲେ ଏହି ଏୟାରଷ୍ଟ୍ରାଇକ୍ ଭାରତ କାହିଁକି କଲା, ଆଉ କଣ ପାଇଁ କଲା, ସେନେଇ ଏବେ ବିଶ୍ୱକୁ ବତାଇବା ପାଇଁ ସାଂସଦମାନଙ୍କର ଗୋଟିଏ ଟିମ୍ ଗଠନ କରିଛନ୍ତି କେନ୍ଦ୍ର ସରକାର । ଯିଏକି ବିଦେଶ ଗସ୍ତରେ ଯାଇ ପାକିସ୍ତାନର ଗୁମର ଖୋଲିବା ସହିତ, ଭାରତର ପକ୍ଷ ରଖିବେ ।

ତେବେ ଏଭଳି ଏକ ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଟିଏମସି ସାଂସଦ ୟୁସୁଫ ପଠାନଙ୍କ ଗୋଟିଏ ନିଷ୍ପତ୍ତି, ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ପାକିସ୍ତାନ ବିରୋଧରେ କହିବାକୁ ବିଦେଶ ଗସ୍ତରେ ଯାଉଥିବା ସାଂସଦଙ୍କ ଏହି ଟିମରେ ସାମିଲ ହେବାକୁ ମନା କରିଦେଇଛନ୍ତି ୟୁସୁଫ ପଠାନ ।
ୟୁସୁଫ ପଠାନ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ସେ ଏହି ବିଦେଶ ଗସ୍ତ ପାଇଁ ଉପଲବ୍ଧ ହେବେ ନାହିଁ । ଏଥିପାଇଁ ତାଙ୍କ ପାଖରେ ସମୟ ନାହିଁ । ଏହାସହ ତାଙ୍କୁ ଏହି ଟିମରେ ସାମିଲ କରିବା ନେଇ, ପୂର୍ବରୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନଥିଲା ବୋଲି କହିଛନ୍ତି ୟୁସୁଫ ପଠାନ । ଖାଲି ସେତିକି ନୁହେଁ, ତାଙ୍କ ଦଳ ଟିଏମସି ସହିତ ମଧ୍ୟ ଏନେଇ କୌଣସି ପ୍ରକାର ଚର୍ଚ୍ଚା ହୋଇନି ବୋଲି ସୂଚନା ମିଳୁଛି ।
ସେପଟେ ଟିଏମସିର ସାଂସଦ ଭାବେ ୟୁସୁଫ ପଠାନ ପାକିସ୍ତାନ ବିରୋଧରେ କହିବାକୁ, ବିଦେଶ ଗସ୍ତରେ ଯିବାକୁ ମନା କଲା ପରେ, ଟିଏମସି କହିଛି, ବିଦେଶ ନୀତି ଭାରତ ସରକାରଙ୍କ ବିଷୟ ଅଟେ । ଏହାର ପୂରା ଦାୟିତ୍ୱ ଭାରତ ସରକାର ନେବା ଉଚିତ୍ ।












Click it and Unblock the Notifications