ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା ଟିଏମ୍ସି; ବହରାମପୁରରୁ ସାଂସଦ ପ୍ରାର୍ଥୀ ହେଲେ ୟୁସୁଫ ପଠାନ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ୪୨ ସିଟ୍ରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ତୃରମୂଳ କଂଗ୍ରେସ(ଟିଏମସି) ବହରାମପୁରରୁ କ୍ରିକେଟର ୟୁସୁଫ ପଠାନଙ୍କୁ ଟିିକେଟ୍ ଦେଇଛି ।

ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା ଟିଏମ୍ସି ।ବହରାମପୁରରୁ ସାଂସଦ ପ୍ରାର୍ଥୀ ହେଲେ ୟୁସୁଫ ପଠାନ । ୪୨ ଜଣିଆ ସାଂସଦ ପ୍ରାର୍ଥୀ ଘୋଷଣା କଲେ ମମତା ବାନାର୍ଜୀ । ବାଦ୍ ପଡ଼ିଲେ ବାସିରହାଟ ସାଂସଦ ନୁସରତ ଜାହାନ୍ । କ୍ରିଷ୍ଣାନଗରରୁ ଲଢ଼ିବେ ମହୁଆ ମୈତ୍ର ।
ସେପଟେ କ୍ରିକେଟ ପିଚ୍ ଛାଡି ରାଜନୀତିରେ ପାଦ ଥାପିପାରନ୍ତି କ୍ରିକେଟର ମହମ୍ମଦ ଶାମି । ବିଜେପି ଏବେ ଏହି ଷ୍ଟାର କ୍ରିକେଟରଙ୍କୁ ନିର୍ବାଚନ ମୈଦାନରେ ପ୍ରାର୍ଥୀ କରିବାକୁ ଯୋଜନା କରୁଛି । ଶାମି ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ । ସେ ଏବେ ପଶ୍ଚିମବଙ୍ଗରେ ଘରୋଇ କ୍ରିକେଟ ଖେଳୁଛନ୍ତି । କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶାମିଙ୍କ ସହ ବିଜେପି ଆଲୋଚନା କରି ସାରିଛି । ଏବେ ଶାମି ବିଜେପିରେ ଯୋଗଦେବା ନେଇ ନିଜର ସହମତି କେବେ ପ୍ରକାଶ କରିବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଲୋକସଭା ନିର୍ବାଚନ 2024 ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ୬ ମାର୍ଚ୍ଚରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନବତ୍ରା ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ୩୦ ମିନିଟ୍ ଧରି ଆଲୋଚନା ହୋଇଥିବା ନେଇ ସୂଚନା ରହିଛି । ତେବେ କେଉଁ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସ ସ୍ପଷ୍ଟ ସୂଚନା ଜାରି କରାଯାଇ ନାହିଁ ।
ଏହି ବୈଠକ ପରେ ରାଜନୈତିକ ମାହୋଲରେ ଆଲୋଚନା ହେଉଛି ଯେ, ସୌରଭ ଗାଙ୍ଗୁଲି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସୌରଭ ଗାଙ୍ଗୁଲି ଏବଂ ସିଏମ ମମତା ବାନାର୍ଜୀଙ୍କ ମଧ୍ୟରେ ଏହି ସାକ୍ଷାତକାର ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।












Click it and Unblock the Notifications