Operation sindoor; ୟୁସୁଫ ଆଉଟ୍, ଅଭିଷେକ୍ ଇନ୍
'ଅପରେସନ୍ ସିନ୍ଦୂର'ର ସଫଳତା ଜାଣିବ ସାରା ବିଶ୍ୱ । ବିଦେଶରେ ଭାରତର ଗୁଣଗାନ କରିବାକୁ ଯିବେ ସଂସଦୀୟ ଟିମ୍ । ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଜନମତ ସୃଷ୍ଟି କରିବାକୁ ବିଦେଶ ଗସ୍ତ କରିବାକୁ ଥିବା ସଂସଦୀୟ ଦଳରେ ତୃଣମୂଳ କଂଗ୍ରେସ ତରଫରୁ ୟୁସୁଫ ପଠାନଙ୍କ ବଦଳରେ ଅଭିଷେକ ବାନାର୍ଜୀଙ୍କ ନାମ ସୁପାରିଶ କରାଯାଇଛି । କେନ୍ଦ୍ର ସହ ଆଲୋଚନା ପରେ ଅଭିଷେକଙ୍କ ନାଁ ହୋଇଛି ଘୋଷଣା। ସାଂସଦ ସଞ୍ଜୟ ଝା'ଙ୍କ ନେତୃତ୍ବାଧୀନ ଟିମ୍ରେ ରହିବେ ଅଭିଷେକ। ଗତକାଲି ୟୁସୁଫ୍ଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲା ଟିଏମ୍ସି।
ସୂତ୍ର ଅନୁସାରେ, ଅଭିଷେକ ବାନାର୍ଜୀ ଟିଏମସିର ସର୍ବଦଳୀୟ ପ୍ରତିନିଧିମଣ୍ଡଳରେ ୟୁସୁଫ ପଠାନଙ୍କ ସ୍ଥାନ ନେବେ। ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହେବା ପରେ କିରେନ ରିଜିଜୁ ଏହି ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁଯାୟୀ, ମମତା ବାନାର୍ଜୀ ଏହି ବିଷୟରେ ରିଜିଜୁଙ୍କୁ ଫୋନ୍ କରିଥିଲେ ଏବଂ ତା'ପରେ ସେ ଏହି ନିଷ୍ପତ୍ତି ନେଇଥିଲେ।

ଅପରସେନ 'ସିନ୍ଦୂର'ର ଶକ୍ତି, ସାମର୍ଥ୍ୟ ଜାଣିବ ବିଶ୍ୱ । ଖୋଲିବ ପାକିସ୍ତାନ ପୋଲ୍ । ସ୍ପେଶାଲ-୭ ସ୍କ୍ୱାଡ ଗଠନ କରିଛନ୍ତି କେନ୍ଦ୍ର ସରକାର । ଆତଙ୍କବାଦ ବିରୋଧୀ ଲଢ଼େଇ ନେଇ ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ବିଦେଶ ଯିବ ଏହି ଟିମ୍ । ପ୍ରତ୍ୟେକ ଟିମ୍ର ନେତୃତ୍ୱ ନେବେ ୭ ଜଣ ପ୍ରମୁଖ ନେତା ।












Click it and Unblock the Notifications