'ଖେଲା ହୋବେ', ୟୁସୁଫ ପଠାନ ପ୍ରାର୍ଥୀ ହେବା ପରେ ଦେଲେ ପ୍ରଥମ ବୟାନ, ଅଧୀର ରଞ୍ଜନଙ୍କୁ କହିଲେ ...
କୋଲକାତା: ପୂର୍ବତନ କ୍ରିକେଟର ୟୁସୁଫ ପଠାନ ପ୍ରଥମ ଥର ପାଇଁ ପଶ୍ଚିମ ବଙ୍ଗର ବାହାମପୁରରୁ ଟିଏମସି ପ୍ରାର୍ଥୀ କରିବା ପରେ ସେ ଏକ ବୟାନ ଦେଇଛନ୍ତି । ସାମ୍ବାଦିକଙ୍କ ସହ ଆଲୋଚନା କରିବା ବେଳେ ବାହରାମପୁର ସାଂସଦ ଅଧିର ରଂଜନ ଚୌଧୁରୀଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଯେ ଅଧୀର ରଂଜନ ଚୌଧୁରୀ ପାଞ୍ଚ ଥର ସାଂସଦ ହୋଇଛନ୍ତି କିନ୍ତୁ ସମୟ ପରିବର୍ତ୍ତନ ର ଆଉ ପରିବର୍ତ୍ତନ ଭଲ ପାଇଁ ହୋଇଥାଏ ।
ପଶ୍ଚିମବଙ୍ଗର ବାହରାମପୁରରେ ଏଥର ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ଗୋଟିଏ ପଟେ ରାଜନୈତିକ ଭେଟେରାନ୍ ଅଧୀର ରଂଜନ ଚୌଧୁରୀ ଥିବାବେଳେ ଅନ୍ୟ ପଟେ କ୍ରିକେଟ୍ କିମ୍ବଦନ୍ତୀ ୟୁସୁଫ୍ ପଠାନ୍ ଯିଏ ବେଙ୍ଗଲକୁ ତାଙ୍କ କର୍ମକ୍ଷେତ୍ର ବୋଲି କହିଛନ୍ତି । ତେବେ କଂଗ୍ରେସ ଏପର୍ଯ୍ୟନ୍ତ ଅଧୀର ରଂଜନ ଚୌଧୁରୀଙ୍କୁ ଟିକେଟ ଦେଇନାହିଁ ।

ଆପଣଙ୍କୁ କହିରଖୁଛୁ ଯେ ମମତା ବାନାର୍ଜୀ ନେତୃତ୍ୱାଧୀନ ତୃଣମୂଲ କଂଗ୍ରେସ ବାହରାମପୁରରୟ ଆସନରୁ ୟୁସୁଫ ପଠାନଙ୍କୁ କରିଛି ପ୍ରାର୍ଥୀ । ଏହା ପରେ ସେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି ଏବଂ କହିଥିଲେ ଗୁଜରାଟ ମୋର ଜନ୍ମସ୍ଥାନ, କିନ୍ତୁ ବେଙ୍ଗଲ ମୋର କର୍ମ କ୍ଷେତ୍ର ଏବଂ ସେଠାରେ ନିଶ୍ଚତ ଖେଲା ହବେ ବୋଲି କହିଛନ୍ତି ୟୁସୁଫ ।












Click it and Unblock the Notifications