ସଂସଦରେ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ ମାମଲା
Ranveer Allahbadia Controversy: ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କ ମାମଲା ବର୍ତ୍ତମାନ ସଂସଦରେ ପହଞ୍ଚିଛି। ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ଏକ ସଂସଦୀୟ ପ୍ୟାନେଲ ରଣବୀରଙ୍କୁ ସମନ ପଠାଇବା ବିଷୟରେ ବିଚାର କରୁଛି। ପୂର୍ବରୁ ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଥିଲେ ଯେ ସେ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବେ।
ଗତକାଲି ନିଜ ଆଶୋଭନୀୟ ମନ୍ତବ୍ୟ ପାଇଁ ଭୁଲ୍ ମାଗିଥିଲେ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ । ରଣବୀର ଷ୍ଟାଣ୍ତଅପ୍ କମେଡିଆନ୍ ସମୟ ରାଇନାଙ୍କ ୟୁଟ୍ୟୁବ୍ ସୋ'ଇଣ୍ତିଆନ୍ ଗଟ୍ ଲେଟେଣ୍ଟରେ ଯୋଗ ଦେଇଥିଲେ ଏହି ସମୟରେ ସେ ବାପା-ମାଆଙ୍କ ସମ୍ପର୍କରେ ଅତ୍ୟନ୍ତ ଅଶ୍ଳୀନ ମନ୍ତବ୍ୟ ଦେଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ରଣବୀର ଆହ୍ଲାବାଦିଆଙ୍କୁ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ରାଜନେତା, ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତ ନିନ୍ଦା କରିଥିଲେ । ଯାହା ପରେ ରଣବୀର କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

ଅନ୍ୟପଟେ ଏପରି ଭିଡିଓ ଭାଇରାଲ ହେବା ପରେ ରଣବୀର ଆହ୍ଲାବାଦିଆ, ସମୟ ରାଇନା, ଅପୂର୍ବା ମଖିଜାଙ୍କ ସମେତ ସୋ'ର ଆୟୋଜକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ସେହିପରି ମୁମ୍ବାଇ ପୋଲିସର ଏଟ ଟିମ୍ ଖାର୍ ଅଞ୍ଚଳରେ ଥିବା ଷ୍ଟିଡିଓ ସେଟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।
ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି । ସେ କହିଛନ୍ତି ସ୍ୱାଧୀନତା ନାଁ ଏହାରୁ ଉଲ୍ଲଂଘନ କରିବା ଠିକ୍ ନୁହେଁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରାଯିବ ।
ସଂସଦର ପ୍ରଥମ ବଜେଟ୍ ଅଧିବେଶନ ଜାନୁଆରୀ ୩୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଯେତେବେଳେ ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୧୦ ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଜାରି ରହିବ । ଅର୍ଥମନ୍ତ୍ରୀ ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନ କରିଥିଲେ।












Click it and Unblock the Notifications