ଆଉ ଜଣେ ୟୁଟ୍ୟୁବର ଗିରଫ, ଜାଣନ୍ତୁ କାରଣ......
ଭାରତରେ ରହି ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅନେକ ଜଣଙ୍କୁ ପୂର୍ବରୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ମଧ୍ୟରେ କିଛି ୟୁଟ୍ୟୁବର୍ ବି ଅଛନ୍ତି। ନିକଟରେ ମଧ୍ୟ ପଞ୍ଜାବର ଜଣେ ୟୁଟ୍ୟୁବର୍ଙ୍କୁ ଗୁପ୍ତଚର ସନ୍ଦେହରେ ପୁଲିସ୍ ଗିରଫ କରିଛି। ପୁଲିସ୍ ଅଧିକାରୀମାନେ କହିଛନ୍ତି ଯେ ବୁଧବାର ଦିନ ପଞ୍ଜାବ ପୁଲିସ ଆଉ ଜଣେ ୟୁଟ୍ୟୁବର ଜସବୀର ସିଂହଙ୍କୁ ଗିରଫ କରିଛି। ଯିଏକି "ଜାନ ମହଲ" ଚ୍ୟାନେଲ ଚଳାଉଛନ୍ତି ଏବଂ ତାଙ୍କର ୧.୧ ମିଲିୟନ୍ରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି।
ରୂପନଗର ଜିଲ୍ଲାର ମହଲାନ ଗ୍ରାମର ବାସିନ୍ଦା ସିଂହଙ୍କୁ ଗୁପ୍ତଚର ସୂଚନା ଆଧାରରେ ମୋହାଲିର ଷ୍ଟେଟ୍ ସ୍ପେଶାଲ୍ ଅପରେସନ୍ସ ସେଲ୍ ଦ୍ୱାରା ହେପାଜତକୁ ନିଆଯାଇଛି। ହରିଆଣାର ଜ୍ୟୋତି ମାଲହୋତ୍ରାଙ୍କ ପରେ ଜସବୀର ସିଂହ ହେଉଛନ୍ତି ଦ୍ୱିତୀୟ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍। ଯିଏକି ଗତ କିଛି ସପ୍ତାହ ମଧ୍ୟରେ ଗିରଫ ହୋଇଛନ୍ତି।













Click it and Unblock the Notifications