କରୁର୍’ରେ ଦଳାଚକଟା ଘଟଣାରେ ଗିରଫ ହେଲେ ଏହି ୟୁ-ଟ୍ୟୁବର
ତାମିଲନାଡୁ କରୁର୍'ରେ ଦଳାଚକଟା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ରାଜନୈତିକ ଦଳ ତାମିଲଗା ଭେତ୍ରି କାଝାଗମର ୨ଜଣଙ୍କୁ ଗତକାଲି ସଂଧ୍ୟାରେ କରୁର୍ ପୋଲିସ ପଚରାଉଚରା କରିବା ପରେ ଗିରଫ କରିଥିଲା । ସେମାନଙ୍କୁ ଅଦାଲତରେ ହାଜର କରାଯାଇଥିଲା । ଏହାବ୍ୟତୀତ କରୁର୍ ଦଳାଚକଟା ଘଟଣାକୁ ମିଥ୍ୟା ସମ୍ବାଦ ପ୍ରଚାର କରୁଥିବା ଜଣେ ୟୁ-ଟ୍ୟୁବର ଫେଲିକ୍ସ ଜରାଲ୍ଡଙ୍କୁ ମଧ୍ୟ ତାମିଲନାଡୁ ପୋଲିସ ଗିରଫ କରିଛି ।

ଇତିମଧ୍ୟରେ ଘଟଣାର ସତ୍ୟତା ଅନୁସନ୍ଧାନ କରିବା ଲାଗି ବିଜେପି ପକ୍ଷରୁ ଗଠିତ ଏକ ଦଳର ମୁଖ୍ୟ ସାଂସଦ ହେମାମାଳିନୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ସେ ସୁରକ୍ଷିତ ରହିଥିବା କୁହାଯାଇଛି । ଏନ୍ଡିଏ ପକ୍ଷରୁ ଗଠିତ ଅନୁସନ୍ଧାନ କମିଟି କୋଏମ୍ବାଟୁରରେ ଆଜି ପହଞ୍ଚିବା ପରେ କମିଟି ମୁଖ୍ୟ ସାଂସଦ ହେମାମାଳିନୀ ଗଣମାଧ୍ୟମକୁ କହିଛନ୍ତି କମିଟି ପକ୍ଷରୁ କେଉଁ କାରଣ ପାଇଁ ଦଳାଚକଟା ଘଟିଲା ତା'ର ଅନୁସନ୍ଧାନ କରାଯିବ । ଏହି କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସଦସ୍ୟ ଅଛନ୍ତି ।












Click it and Unblock the Notifications