ଚୀନ୍ ସୀମାରୁ ଉଦ୍ଧାର ହେଲା ନିଖୋଜ ଯୁବକ
୫ ଦିନ ପରେ ଚୀନ୍ ସୀମା ଭିତରୁ ଅପହୃତ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ମୀରାମ ତାରୋନ୍ ଉଦ୍ଧାର ହୋଇଛି। ଏନେଇ ଚୀନ୍ ସେନା ଖୋଦ୍ ଭାରତୀୟ ସୈନିକଙ୍କୁ ସୂଚନା ଦେଇଛି।
ନୂଆଦିଲ୍ଲୀ: ୫ ଦିନ ପରେ ଚୀନ୍ ସୀମା ଭିତରୁ ଅପହୃତ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ମୀରାମ ତାରୋନ୍ ଉଦ୍ଧାର ହୋଇଛି। ଏନେଇ ଚୀନ୍ ସେନା ଖୋଦ୍ ଭାରତୀୟ ସୈନିକଙ୍କୁ ସୂଚନା ଦେଇଛି। ଏବେ ଯୁବକଙ୍କୁ ଭାରତକୁ ଫେରାଇବା ପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ତେଜପୁରରେ ପିଆର୍ଓ ଡିଫେନ୍ସ ଲେଫ୍ଟିନେଣ୍ଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ ସୂଚନା ଦେଇଛନ୍ତି।

ଗତ ୨୦ ତାରିଖରେ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ନିଖୋଜ ହୋଇଥିବା ଜଣାପଡିଥିଲା । ଚୀନ୍ ସେନା ଯୁବକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହେବାପରେ ଆପତି କରିଥିଲେ ରାହୁଲ ଗାନ୍ଧୀ । ଆଉ ତାଙ୍କ ଆପତି ପରେ ଚୀନ୍ ପ୍ରତିପକ୍ଷଙ୍କ ସହ ସଂପର୍କ କରିଥିଲା ଭାରତୀୟ ସେନା ।
ପ୍ରଥମେ ଚୀନ୍ ସୈନିକମାନେ କହିଥିଲେ ଯେ ଏହି ଯୁବକଙ୍କ ବିଷୟରେ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଆଜି ଚୀନ୍ ସୈନିକମାନେ ଭାରତୀୟ ସେନାକୁ କହିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ଜଣେ ଯୁବକ ମିଳିଛି।












Click it and Unblock the Notifications